ମାର୍କେଟ କମ୍ପେ୍ଳକ୍ସ ନିର୍ମାଣ କାର୍ଯର ସମୀକ୍ଷା କଲେ ଅଧିକ୍ଷଣ ଯନ୍ତ୍ରୀ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଗଞ୍ଜାମ ଜିଲ୍ଲାର ୨ୟ ବୃହତମ ସହର ତଥା ଜିଲ୍ଲ।ର ଏକମାତ୍ର ପୌରାଂଚଳ ହିଞ୍ଜିଳିକାଟୁ ସହରକୁ ବାଣିଜ ବ୍ୟବସାୟ ସକାଶେ ପ୍ରତ୍ୟହ ନିକଟବର୍ତି ୪୦ରୁ ଉର୍ଦ୍ଧ୍ୱ ଗ୍ରାମର ଜନ ସାଧାରଣ ଓ ବ୍ୟବସାୟୀ ବେପାର ବଣିଜ କରିବାକୁ ହିଞ୍ଜିଳିକାଟୁ ସହରକୁ ଆସିଥାନ୍ତି । ବହୁ ସଂଖ୍ୟକ ଗାଡ଼ି ମୋଟର ଓ ଯାନବାହାନ ପାର୍କି ସକାଶେ ସ୍ଥାନର ଅଭାବ ଯୋଗୁଁ ବହୁ ସମୟରେ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିଲା । ଏହି ପରିପ୍ରେକ୍ଷୀରେ ହିଞ୍ଜିଳି ବିଧାୟକ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥାନୀୟ ପୌରାଂଚଳ ପରିବା ବଜାର ନିକଟସ୍ଥ ଅଂଚଳରେ ପ୍ରାୟ ୧୧ ହଜାର ବର୍ଗ ମିଟର ପରିମିତ ଅଂଚଳରେ ମାର୍କେଟ କମ୍ପେ୍ଳକ୍ସ ନିର୍ମାଣ ସକାଣେ ୫କୋଟି ୫୬ଲକ୍ଷ ଟଙ୍କା ବ୍ୟୟବରାଦ କରିବା ସହ ଗତ ୨୦୧୭ ମସିହା ଏପ୍ରିଲ ୧୪ ତାରିଖରେ ଭିତି ପ୍ରସ୍ତର ସ୍ଥାପନ କରିଥିଲେ । ଦୀର୍ଘ ଅଢେଇ ବର୍ଷର ବ୍ୟବଧାନ ପରେ ଅକ୍ଟୋବର୨୯ ତାରିଖ ଠାରୁ ଜବର ଦଖଲ ଉଛେଦ କରାଯାଇ ନିର୍ମାଣ କାର୍ଯ୍ୟାରମ୍ଭ କରାଯାଇଛି । ମଙ୍ଗଳବାର ପୂର୍ତ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ତୁଷାରକାନ୍ତ ପଣ୍ଡା ସଂପୃକ୍ତ ମାର୍କେଟ କମ୍ପେ୍ଳକ୍ସ ନିର୍ମାଣଧିନ ସ୍ଥଳରେ ପଂହଚି ସଂପୃକ୍ତ ଅଂଚଳରେ ପରିକଳ୍ପନା ଅନୁଯାୟୀ ବିଭିନ୍ନ ଅଂଶର ବିନ୍ୟାସ କରିବା ସହ ସମୀକ୍ଷା କରିଥିଲେ । ସଂପୃକ୍ତ ପରିମିତି ଅଂଚଳର ସାଉଥ ବ୍ଳକର ୪ହଜାର ୫ଶହ ବର୍ଗ ମିଟର ଜମିରେ ୪ତାଲା ବିଶିଷ୍ଟ କୋଠା ମୋଟ ୪୮ ଟି ପ୍ରକୋଷ୍ଠ ନିର୍ମାଣ ହେବାକୁ ଥିବା ବେଳେ ନର୍ଥ ବ୍ଳକର ୬ ହଜାର ୫ଶହ ବର୍ଗ ମିଟର ଜମିରେ ୪ତାଲା ବିଶିଷ୍ଟ କୋଠା ମୋଟ ୧୧୦ ଟି ପ୍ରକୋଷ୍ଠ ନିର୍ମାଣ ହେବା ପାଇଁ ସ୍ଥିରିକୃତ ହୋଇଛି । ସଂପୃକ୍ତ ନିର୍ମାଣଧିନ ମାର୍କେଟ କମ୍ପେ୍ଳକ୍ସ କାର୍ଯ୍ୟ ଉତମ ଗୁଣ ସମ୍ପନ ଓ ନିର୍ଦ୍ଦାରିତ ସମୟ ମଧ୍ୟରେ ଶେଷ କରିବାକୁ ଠିକାଦାର ଓ ସହକାରୀ ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଅଧିକ୍ଷଣ ଯନ୍ତ୍ରୀଙ୍କ ଗ୍ରସ୍ତ ସମୟରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଅରୁଣ କୁମାର ଶତପଥୀ, ସହକାରୀ ଯନ୍ତ୍ରୀ ଉମାଚରଣ ପାଢି, ଲଡ଼ୁକିଶୋର ପଣ୍ଡା, ଠିକାଦାର ସରୋଜ କୁମାର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ