ମାର୍କେଟ ବିଲ୍ଡିଙ୍ଗ ବନ୍ଦ ଘଟଣା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଗତ ୯ଦିନ ହେବ ମାର୍କେଟ ବିଲ୍ଡିଙ୍ଗ ବନ୍ଦ ନେଇ ଏକ ପ୍ରକାର ଅଚଳାବସ୍ଥା ଦେଖାଦେଇଥିବାବେଳେ ପୂର୍ବ ଗେଟ୍‌ରେ ଉଠାଦୋକାନୀମାନେ ଦୀର୍ଘ ଦିନ ହେବ ଥଇଥାନ ଦାବୀରେ ଧାରଣାରେ ବସିଛନ୍ତି । ଯାହାଫଳରେ କି ଉଠାଦୋକାନୀ ପରିବାରମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଏବଂ ତାଙ୍କ ପିଲାଛୁଆଙ୍କୁ ପାଠ ପଢ଼ାଇବାରେ ଓ ବୃଦ୍ଧ ବାପ ମା’ଙ୍କୁ ଔଷଧ ଦେବାରେ ଆର୍ଥିକ ଅନଟନ ଦେଖାଦେଇଛି ଯାହାଫଳରେ ଦୋକାନୀମାନେ ମାନସିକ ଭାବେ ଭାଙ୍ଗିପଡ଼ିଛନ୍ତି । ଏଠାରେ ସୂଚନାଥାଉକି ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ଓ ସମ୍ବିଧାନର ଧାରା-୧୯(୧) (ଛ) ଥାଇ ମଧ୍ୟ କେହି କର୍ଣ୍ଣପାତ କରୁନାହାଁନ୍ତି । ଯାହାକି ଆଇନ ଏକପ୍ରକାର ତଳିତଳାନ୍ତ ହୋଇଯାଇଅଛି । ସେଠାରେ ଧାରଣାରେ ବସିଥିବା ଉଠାଦୋକାନୀମାନେ ନିଖିଳ ଓଡ଼ିଶା ରାସ୍ତା ପାଶ୍ୱର୍ ଉଠାଦୋକାନୀ ମହାସଂଘକୁ ସେମାନଙ୍କ ଅସୁବିଧା ଜଣାଇଲା ପରେ ଆଜି ମହାସଂଘ ସହିତ ପ୍ରାୟ ୧୦୦ଟି ସଂଘର କର୍ମକର୍ତ୍ତାମାନେ ଯାଇ ମାର୍କେଟ ବିଲ୍ଡିଙ୍ଗରେ ଧାରଣା ଦେଇଥିବା ଉଠାଦୋକାନୀମାନଙ୍କୁ ଭେଟି ଥିଲେ । ଏଥିରେ ମହାସଂଘର ସଭାପତି ପ୍ରତାପ କୁମାର ସାହୁ ପହଞ୍ôଚ ଧାରଣା ଦେଇଥିବା ଦୋକାନୀମାନଙ୍କର ସୁବିଧା ଅସୁବିଧା ପଚାରିବା ସହ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା, ମେୟର ମହୋଦୟା, କମିଶନରଙ୍କ ସହିତ ଆଲୋଚନା କରି ସମାଧାନର ବାଟ ବାହାର କରିବେ ବୋଲି ଦୋକାନୀମାନଙ୍କୁ ପ୍ରତିଶୃତି ଦେଇଥିଲେ । ମାର୍କେଟ ବିଲ୍ଡଙ୍ଗ ସ୍ଥାୟୀ ଦୋକାନୀମାନଙ୍କ ସହିତ ଆମ୍ଭମାନଙ୍କର କୌଣସି ତିକ୍ତତା ନାହିଁ ବୋଲି ଶ୍ରୀଯୁକ୍ତ ସାହୁ ସ୍ପଷ୍ଟିକରଣ ଦେଇଥିଲେ । ଆଜିର ଏହି ଆଲୋଚନାରେ ଉତ୍ତର ନିର୍ବାଚନ ମଣ୍ଡଳୀରୁ ପାଖାପାଖି ୩୦ଟି ସଂଘର ସଭାପତି, ରେଣ୍ଟାଲ ଜୋନ୍‌ର ୩୦ଟି ସଂଘର କର୍ମକର୍ତ୍ତା ଏବଂ ମଧ୍ୟମ ଜୋନ୍‌ର ୪୦ଟି ସଂଘର କର୍ମକର୍ତ୍ତା ଯୋଗଦେଇ ସେମାନଙ୍କର ଭଲ ମନ୍ଦ ବୁଝିଥିଲେ । ମହାସଂଘର ସଂପାଦକ ଅନୁଜ କୁମାର ପ୍ରଧାନ, ସୁଦର୍ଶନ ପୃଷ୍ଟି, ସତ୍ୟସୁନ୍ଦର, ଶୁଭଲକ୍ଷ୍ମୀ ମହାନ୍ତି, ଜଗବନ୍ଧୁ ବେହେରା, ପ୍ରଦୀପ କୁମାର ସାହୁ, ସୂର୍ଯ୍ୟମଣୀ ସାହୁ, ପ୍ରଭାତି ସାହୁ, ସସ୍ମିତା ସାହୁ, ସାବିତ୍ରୀ ସାହୁ, ଭାରତୀ ସେଠୀ, ଗଣେଶ ପଟ୍ଟନାୟକ, ଶାନ୍ତନୁ କୁମାର ସାହୁ ପ୍ରମୁଖ ଯୋଗଦେଇ ଦୋକାନୀମାନଙ୍କୁ ସାନ୍ତ୍ୱନା ଦେଇଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ