ମାର୍କ୍ସବାଦୀ ନେତା କମ୍ରେଡ଼ ହରିକୃଷ୍ଣ ସାହୁଙ୍କ ଦେହାନ୍ତ

ବୁଗୁଡା,(ଅନିଲ କୁମାର ମହାରଣା) : ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟିର ଆଜୀବନ ସଦସ୍ୟ କମ୍ରେଡ଼ ହରିକୃଷ୍ଣ ସାହୁ ଅକ୍ଟୋବର ୨୭ ତାରିଖ ସକାଳେ ଆମମାନଙ୍କୁ ଛାଡି ସବୁଦିନ ପାଇଁ ଇହଧାମ ତ୍ୟାଗ କରିଥିବା ଘୁମୁସର ବରିଷ୍ଠ ନାଗରିକ ମଞ୍ଚ ସଭାପତି ତଥା ବରିଷ୍ଠ ଆଡଭୋକେଟ ସୋମନାଥ ନାୟକ ପ୍ରକାଶ କରିଛନ୍ତି। ସାଥୀ ହରିକୃଷ୍ଣ ସାହୁ ଜଣେ ଲଢୁଆ ଡାକ କର୍ମଚାରୀ ଥିଲେ। ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟିର ଆଜୀଵନ ସଦସ୍ୟ ଥିଲେ। ଚାକିରୀରୁ ଅବସର ନେବା ପରେ ବିଭିନ୍ନ ରାଜନୈତିକ ଓ ସାମାଜିକ ଆନ୍ଦୋଳନର ଅଗ୍ର ଭାଗରେ କାର୍ଯ୍ୟ କରୁଥିଲେ। ଘୁମୁସର ବରିଷ୍ଠ ନାଗରିକ ମଞ୍ଚର ଜଣେ ସକ୍ରିୟ ସଭ୍ୟ ଥିଲେ। ଘୁମୁସର ଜିଲ୍ଲା ଆନ୍ଦୋଳନରେ ସାମିଲ ଥିଲେ। ଘୁମୁସର ବିକାଶ ପରିଷଦ ଟ୍ରଷ୍ଟର ଅନ୍ୟତମ ନ୍ୟାସୀ ଥିଲେ। ଜନସେବା ତାଙ୍କ ଜୀବନର ବ୍ରତ ଥିଲା। ସେ ତାଙ୍କର ଏକ ମାତ୍ର ଝିଅଙ୍କ ପାଖରେ ଶଯ୍ୟାଶାୟୀ ଅବସ୍ଥାରେ ଚିକିତ୍ସାଧୀନ ଥାଇ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁ ଶଯ୍ୟା ପାଖରେ ତାଙ୍କ ସ୍ତ୍ରୀ, ଝିଅ, ଜ୍ୱାଇଁ, ନାତି, ନାତୁଣୀ ସମସ୍ତେ ଉପସ୍ଥିତ ଥିଲେ। ବରିଷ୍ଠ ନାଗରିକ ମଞ୍ଚ ଓ ଘୁମୁସର ବିକାଶ ପରିଷଦ ତାଙ୍କ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି ସହ ଲାଲ ସଲାମ ଜଣାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ