ମାର୍ଚ୍ଚମାସର ଜନ ଅଭିଯୋଗ ଶୁଣାଣୀ ଶିବିର
କେନ୍ଦ୍ରାପଡା : ମାର୍ଚ୍ଚ ମାସରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ପ୍ରଥମେ ମାର୍ଚ୍ଚ ୨ତାରିଖ ପୂର୍ବାହ୍ନ ଦଶଟାରେ ଜିଲ୍ଲା ସଦର ମହକୁମାସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ,ମାର୍ଚ୍ଚମାସ ୧୬ତାରିଖ ସାଢେ ଦଶଟା ସମୟରେ ରାଜନଗର ବ୍ଲକ କାର୍ଯ୍ୟାଳୟ ପରିସରରେ,୨୩ତାରିଖ ସାଢେ ଦଶଟାରେ ଗରଦପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଓ ୩୦ ତାରିଖ ସାଢେ ଦଶଟା ସମୟରେ ରାଜକନିକା ବ୍ଲକ ପରିସରରେ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ସୂଚନା ପ୍ରଦାନ କରାଯାଇଛି । ତେଣୁ ଜିଲ୍ଲାର ଅଧିବାସୀମାନେ ଏହିସବୁ ତାରିଖ ଓ ସମୟରେ ଜନ ଅଭିଯୋଗ ଶୁଣାଣି ଶିବିରରେ ଉପସ୍ଥିତ ହୋଇ ନିଜ ନିଜର ଅଭିଯୋଗ ଜଣାଇପାରିବେ ।