ମାର୍ଚ୍ଚ ୧୯ରେ ନବୀନ ନିବାସ ଘେରାଉ ଏବଂ ଜେଲ୍ ଭରୋ ଆନ୍ଦୋଳନ
ଭୁବନେଶ୍ୱର : କେନ୍ଦ୍ରାପଡ଼ା ଜିଲ୍ଲାର ସୂଚନାଧିକାର କର୍ମୀ ରଞ୍ଜନ କୁମାର ଦାସଙ୍କ ହତ୍ୟାକାଣ୍ଡ ୪୦ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ୍ ଏପର୍ଯ୍ୟନ୍ତ କୌଣସି ଅପରାଧୀଙ୍କୁ ଗିରଫ କରିନାହିଁ । ଅପରାଧୀମାନେ ଖୋଲାମଖୋଲା ହତ୍ୟାକାଣ୍ଡ ଘଟାଇଛନ୍ତି ବୋଲି କହୁଥିବା ବେଳେ ପୋଲିସ୍ ସେମାନଙ୍କ ଗିରଫ କରୁନାହିଁ । ବରଂ ହତ୍ୟାକାଣ୍ଡକୁ ଏକ ଦୁର୍ଘଟଣା ରୂପ ଦେବା ପାଇଁ ସମସ୍ତ ଉଦ୍ୟମ କରିଚାଲିଛି । ରଞ୍ଜନ ଦାସଙ୍କ ହତ୍ୟାକାଣ୍ଡ ପଛରେ ବିଜେଡ଼ି ଦଳର ନେତା, ଠିକାଦାର, ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ସମ୍ମିଳିତ ଷଡ଼ଯନ୍ତ୍ର ରହିଛି । ତେଣୁ ପୋଲିସ୍ ତଦନ୍ତକୁ ଚାପି ଦେବା ପାଇଁ ପ୍ରଚେଷ୍ଟା ଜାରି ରଖିଛି । ଏହି ହତ୍ୟାକାଣ୍ଡ ପୋଲିସ୍ ଜାଣତରେ ଏବଂ ସହାୟତାରେ ହୋଇଛି ବୋଲି ଆମ୍ଭେ ଅନୁଭବ କରୁଛୁ । ଏଠାରେ ସୂଚନାଯୋଗ୍ୟ ଯେ, ରଞ୍ଜନ ଦାସଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସେ ଦୁଇ ଦୁଇଟା କେସ୍ ପାଟକୁର।। ଥାନା ଏବଂ ମାର୍ଶାଘାଇ ଥାନାରେ କରିଥିଲେ ମଧ୍ୟ ପୋଲିସ୍ କେସ୍କୁ ପଞ୍ଜିକୃତ କରିନଥିଲା କି ତଦନ୍ତ ମଧ୍ୟ କରିନଥିଲା । ସେହିପରି ଗତ ୧୧.୨.୨୦୨୦ରିଖରେ ଓଡ଼ିଶା ସୂଚନା ଅଧିକାର ଅଭିଯାନ ତରଫରୁ ପୋଲିସ୍ ମହାନିର୍ଦ୍ଦେଶକଙ୍କୁ ଭେଟି ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବୀ କରାଯାଇଥିଲେ ମଧ୍ୟ ପୋଲିସ ମହାନିର୍ଦ୍ଦଶକ କୌଣସି ତଦନ୍ତ କରାଇ ନାହାଁନ୍ତି । ରାଜ୍ୟ ବିଜେପି, କଂଗ୍ରେସ ଏବଂ ବହୁ ସାମାଜିକ ସଂଗଠନମାନଙ୍କ ତରଫରୁ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦାବୀ କରାଯାଇ ନାହିଁ । ତଥାପି ପୋଲିସ୍ ଚୁପ୍ ରହିଛି । ଇତି ମଧ୍ୟରେ ରାଜ୍ୟ ମାନବାଧିକାର କମିଶନ, ଓଡ଼ିଶା ଲୋକାୟୁକ୍ତ, ଓଡ଼ିଶା ସୂଚନା କମିଶନ, ଜାତୀୟ ଅନୁସୂଚିତ ଜାତି କମିଶନ, ଜାତୀୟ ମାନବାଧିକାର କମିଶନ ରାଜ୍ୟ ସରକାରଙ୍କ ନୋଟିସ୍ ଜାରି କରିଛନ୍ତି । କେନ୍ଦ୍ରାପଡ଼ା ଏସ୍.ପି. ଏକ ଗବଦ୍ଭଙ୍କଲବମଗ୍ଧଙ୍କକ୍ସରୟ ପୋଷ୍ଟମର୍ଟମ ରିପୋର୍ଟ ପ୍ରସ୍ତୁତ କରି ଏହାକୁ ଦୁର୍ଘଟଣାର ରୂପ ଦେଉଛି । ତେଣୁ ରଞ୍ଜନ ଦାସଙ୍କ ହତ୍ୟାକାଣ୍ଡର ପ୍ରକୃତ ତଦନ୍ତ ଓଡ଼ିଶା ପୋଲିସ୍ ଦ୍ୱାରା ହୋଇପାରିବ ନାହିଁ । ଏଣୁ ଆମ୍ଭେ ଏହି ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବୀ କରୁଛୁ । ରାଜ୍ୟ ସରକାର ୫-ଟି ଏବଂ ମୋ ସରକାର କହୁଥିଲା ବେଳେ ବାସ୍ତବରେ ଏହା ଏକ ତଥାକଥିତ ସ୍ଲେଗାନ ଏବଂ ଠକାମୀ ପାଇଁ ଉଦିଷ୍ଟ ବୋଲି ଆମ୍ଭେ ଅନୁଭବ କରୁଛୁ ।
ବିଜେଡ଼ି ଦଳ ବାରମ୍ବାର କ୍ଷମତାକୁ ଆସିଲା ପରେ ମନ୍ତ୍ରୀ, ବିଧାୟକ, ଅଫିସର, ଠିକାଦାରମାନେ କୋଟି କୋଟି ଟଙ୍କା ଲୁଟ୍ କରି ଚାଲିଛନ୍ତି । ଏହିସବୁ ତଥ୍ୟ ସୂଚନାଧିକାର କର୍ମୀମାନେ ଖୋଲାସା କରି ଚାଲିଛନ୍ତି । ଫଳରେ ଦୁର୍ନୀତିଗ୍ରସ୍ତ ରାଜନେତା ଏକ ପ୍ରଶାସନିକ ଅଧିକାରୀ ଆତଙ୍କିତ ହୋଇପଡ଼ିଛି ଏବଂ ସୂଚନାଧିକାର କର୍ମୀମାନଙ୍କୁ ହତ୍ୟା, ମରଣାନ୍ତକ ଆକ୍ରମଣ କରିଚାଲିଛନ୍ତି । ଇତି ମଧ୍ୟରେ ୫ ଜଣ ସୂଚନାଧିକାର କର୍ମୀଙ୍କୁ ହତ୍ୟା କରାଯାଇଛି, ୪୦ରୁ ଉର୍ଦ୍ଧ୍ୱ ସୂଚନାଧିକାର କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ, ମିଥ୍ୟା କେସ୍ କରି ଜେଲ୍ ପୁରେଇବା, ପରିବାରକୁ ଭୟଭୀତ କରିବା, ହତ୍ୟା ଧମକ ଦେଇ ଚାଲିଛନ୍ତି । ତେଣୁ ରଞ୍ଜନ ଦାସଙ୍କ ହହ୍ୟାକାଣ୍ଡର ସିବିଆଇ ତଦନ୍ତ ପାଇଁ ଆମ୍ଭେ ଦାବୀ କରିବା ସହ କେନ୍ଦ୍ରାପଡ଼ା ପୋଲିସ୍ ଏବଂ ତିନିଥାନାର ଅଧିକାରୀଙ୍କୁ ତୁରନ୍ତ ଚାକିରୀରୁ ନିଲମ୍ବନ ପାଇଁ ଦାବୀ କରୁଛୁ । ରାଜ୍ୟର ସମସ୍ତ ବୁଦ୍ଧିଜୀବୀ, ସୂଚନାଧିକାର କର୍ମୀ, ମାନବାଧିକାର କର୍ମୀମାନଙ୍କୁ ନେଇ ଆଗାମୀ ମାର୍ଚ୍ଚ ୧୯ ତାରିଖରେ ନବୀନ ନିବାସ ଘେରାଉ, ଜେଲ ଭରୋ ଆନ୍ଦୋଳନ ପାଇଁ ନିଷ୍ପତ୍ତି ହୋଇଛି । ସମ୍ବାଦିକ ସମ୍ମିଳନୀରେ ସୂଚନାଧିକାର କର୍ମୀ ପ୍ରଦୀପ ପ୍ରଧାନ, ପୂର୍ବତନ ବିଧାୟକ ବିପିନ ଦାସ, ସୁଧୀର ମହାନ୍ତି, ସଂଯୁକ୍ତା ପାଣିଗ୍ରାହୀ, ଶ୍ରୀକାନ୍ତ ପାକଳ, ଜିତେନ୍ଦ୍ର ସାହୁ, ମାହି ନିକେତାର, ସର୍ବେଶ୍ୱର ବେହୁରା, ମହମ୍ମଦ ଜିଆଉଦ୍ଦିନ ପ୍ରମୁଖ ଉପସ୍ଥିତ ଥିଲେ ।