ମାର୍ଚ୍ଚ ୨୦ ବିଶ୍ବ ଘରଚଟିଆ ଦିବସ:-
ପ୍ରତିବର୍ଷ ମାର୍ଚ୍ଚ ୨୦ ସାରା ବିଶ୍ବ ପାଳନ କରୁଛି ଘର ଚଟିଆ ଦିବସ । ଗାଁରେ ପୂର୍ବରୁ ଦେଖାଯାଉଥିଲା ଘର ଚଟିଆ କିନ୍ତୁ ପ୍ରାକୃତିକ ଦୃବିପାକ,ଚାଳ ଛପର ଘରର ସ୍ଥାନରେ କଂକ୍ରିଟ ଘର ଯୋଗୁଁ ବାସସ୍ଥାନର ଅଭାବ,ଆଧୁନିକ ପ୍ରଣାଳୀରେ ଚାଷ ତଥା ଅମଳ ଯୋଗୁଁ ଖାଦ୍ୟାଭାବ , ଗାଁ ଗାଁ ରେ ମୋବାଇଲ ଟାଓ୍ବାରର ବିକିରଣର ଦ୍ବାରା ଦିଗହରା ତଥା ପ୍ରଜନନ କ୍ଷମତା ହ୍ରାସ ଏଭଳି କାରଣ ଯୋଗୁଁ ଏହି ଛୋଟ ପକ୍ଷୀଟି ପ୍ରାୟ ବିଲୁପ୍ତ ପ୍ରାୟ ହୋଇଯାଇଥିଲା ।ଏକ ସର୍ଭେକ୍ଷଣରୁ ଜଣାପଡିଲା ଯେ ପ୍ରାୟ ୬୦ ରୁ ୭୦ ପ୍ରତିଶତ ଘର ଚଟିଆ ପୃଧିବୀ ରୁ ଲୋପପାଇଗଲେଣି।ଏହି କ୍ଷୁଦ୍ର ପକ୍ଷୀ ଟି କିପରି ପୁଣି ଆମ ଘରକୁ ଫେରିପାରିବ ତାଉପରେ ଚିନ୍ତା କରି ଘର ଚଟିଆର ସୁରକ୍ଷା ଉପରେ କାର୍ୟ୍ୟକରିବା ପାଈଁ ନିଷ୍ପତି ନେଲେ ।୨୦୧୧ମସିହାରେ ବ୍ରହ୍ମପୁର ଉପକଣ୍ଠ କୁକୁଡାଖଣ୍ଡି ବ୍ଲକ୍, ଦକ୍ଷିଣପୁର ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଠବନ୍ଧ ଗ୍ରାମରେ କିଛି ଯୁବକଙ୍କୁ ନେଇ ଗଠିତ ହୋଇଥିଲା ଆଞ୍ଚଳିକ ବିକାଶ ପରିଷଦ ନାମକ ସ୍ବେଚ୍ଛାସେବୀ ଯୁବ ସଂଗଠନ। ଆଖପାଖ ଅନେକ ଗ୍ରାମରେ ଅନୁସନ୍ଧାନରୁ ଜଣାପଡିଲା ଯେ ବାଘଝରୀ ଓ ବିରି ବାଡିଆ ଗ୍ରାମରେ ୫/୬ ଟି ଅଛନ୍ତି ,।ତାପରେ ଆରମ୍ଭ ହୋଇଥିଲା ଅଭିଯାନ ପ୍ଲାଇ ବୋର୍ଡ , ମାଟି ହାଣ୍ଡି,ଶୁଖିଲା ନଡିଆ ଓ ଶୁଖିଲା ଲାଉ ତୁମ୍ବାରେ ସେମାନଙ୍କ ପାଇଁ ଘର ତିଆରି କରାଗଲା ଏବଂ ଖାଦ୍ୟ ସ୍ଥଳିର ମଧ୍ୟ ବ୍ୟବସ୍ଥା କରାଗଲା । ଲୋକମାନଙ୍କ ଘର ଆଗରେ ମାଗଣାରେ ସ୍ଥାପନ କରାଗଲା ଓ ଗାଁ ଲୋକମାନେ ମଧ୍ୟ ଏଥିରେ ସହଯୋଗ କଲେ। । ଧିରେଧିରେ ଆକୃଷ୍ଠ ହୋଇ ଘର ଚଟିଆ କୃତ୍ରିମ ବସାରେ ରହିଲେ ଓ କ୍ରମାଗତ ଭାବେ ସେମାନଙ୍କ ବଂଶ ବୃଦ୍ଧି ଘଟିଲା। ଧିରେ ଧିରେ ଅନ୍ୟ ଗାଁର ଲୋକେ ଏହି କାର୍ୟ୍ୟକ୍ରମରେ ସାମିଲ ହେବାକୁ ଆଗ୍ରହ ପ୍ରକାଶ କରିଥିଲେ ପର୍ୟ୍ୟାୟକ୍ରମେ ଲାଞ୍ଜିଆ, ଗୁଣ୍ଠବନ୍ଧ ଓ ବ୍ରହ୍ମପୁର ମହାନଗରର ଧର୍ମନଗର ଠାରେ କାର୍ୟ୍ୟକ୍ରମ ଆରମ୍ଭ ହୋଇଥିଲା।ବାଘଝରୀ ଗ୍ରାମରୁ ଗୋଟିଏ ଯୋଡି ଘର ଚଟିଆ ସ୍ଥାନାନ୍ତରିତ କରି ଗୁଣ୍ଠବନ୍ଧରେ ଛଡାଯାଇଥିଲା ଓ ସଫଳତାର ସହିତ ବଂଶ ବୃଦ୍ଧି ହୋଇପାରିଛି ଏବଂ ଓଡିଶାର ପ୍ରଥମ ପ୍ରବାସୀ ଘର ଚଟିଆ ଗ୍ରାମ ହୋଇପାରିଛି। ଏହି ସ୍ଥାନ ମାନଙ୍କରେ ପ୍ରଥମେ ୫/୬ ଟି ଘର ଚଟିଆ ଥିଲେ ବର୍ତ୍ତମାନ ସେମାନଙ୍କ ସଂଖ୍ୟା ବୃଦ୍ଧି ଘଟି ବାଘଝରୀରେପ୍ରାୟ ୦୦,ଲାଞ୍ଜିଆରେପ୍ରାୟ ୮୦, ବିରିବାଡିଆରେପ୍ରାୟ ୧୧୦, ଗୁଣ୍ଠବନ୍ଧରେ ୦୨ ରୁ ୪୦, ଧର୍ମନଗରରେପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ ହେଲେଣି। ଏହି ସ୍ଥାନମାନଙ୍କରେ ପୂର୍ବରୁ ପ୍ଲାଇ ଉଡ୍ ର ୧୨୦ , ଶୁଖିଲା ନଡିଆର ୩୦ ଗୋଟି,ମାଟି ହାଣ୍ଡି ୪୦ ଏବଂ ଲାଉ ତୁମ୍ବାର ୨୫ ଗୋଟି ଘର ଲଗାଯାଇଥିଲା। ଆରମ୍ଭ କରାଯାଇଥିବା ପ୍ରତ୍ୟେକ ଗ୍ରାମରେ ସେହିଗ୍ରାମର ଗୋଟିଏ ସ୍ବେଚ୍ଛାସେବୀଙ୍କୁ ଏହାର ସୁରକ୍ଷା ଓ ସଂରକ୍ଷଣର ଦାୟିତ୍ବ ଦିଆଯାଇଛି।। ଏହି ସୁରକ୍ଷା କାର୍ୟ୍ୟକ୍ରମ ଗଞ୍ଜାମ ଜିଲ୍ଲାର ସମସ୍ତ ୨୨ ବ୍ଲକ୍ ରେ ଆରମ୍ଭ ହୋଇଯାଇଛି । ବର୍ତ୍ତମାନ ସମଗ୍ର ଜିଲ୍ଲାରେ ଘର ଚଟିଆଙ୍କ ସୁରକ୍ଷା ପାଇଁ ମାଗଣାରେ ୨୬୦ ଗୋଟି କୃତ୍ରିମ ବସା ଓ ୫୨ ଗୋଟି କୃତ୍ରିମ ଖାଦ୍ୟ ସ୍ଥଳି ବଣ୍ଟନ କରାଯାଇଅଛି ।ସମସ୍ତ ସ୍ଥାନରେ ସେମାନଙ୍କ ବଂଶ ବୃଦ୍ଧି ପାଇଛି ।ଆଗାମି ଦିନରେ ଓଡିଶାର ବିଭିନ୍ନ ଜିଲ୍ଲାରେ ଏହି ସୁରକ୍ଷା କାର୍ୟ୍ୟକ୍ରମ ଆରମ୍ଭ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ପରିଷଦର ସଭାପତି ସାଗର କୁମାର ପାତ୍ର କହିଛନ୍ତି।


