ମାର୍ଚ୍ଚ ୨୯ ଯାଏଁ ବିଧାନସଭା ମୁଲତବୀ

ଭୁବନେଶ୍ବର : ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ବିଧାନସଭା ମୁଲତବୀ ଘୋଷଣା କରାଯାଇଛି । ବିଧାନସଭା ସ୍ଥଗିତ ପ୍ରସ୍ତାବ ଧ୍ବନିମତରେ ପାରିତ ହୋଇଛି । ଶାସକ ଦଳ ମୁଖ୍ୟ ସଚେତକ ଆଣିଥିଲେ ସ୍ଥଗିତ ପ୍ରସ୍ତାବ। ସ୍ଥଗିତ ପ୍ରସ୍ତାବକୁ ବିଜେପି ବିରୋଧ କରିଥିବାବେଳେ କଂଗ୍ରେସ ସମର୍ଥନ କରିଥିଲା । ବଜେଟ୍‌ ଅଧିବେଶନ ଏପ୍ରିଲ୍‌ ୯ ଯାଏଁ ଚାଲିବାକୁ ଧାର୍ଯ୍ୟ ହୋଇଛି । ଆସନ୍ତା ୨୯ ମାର୍ଚ୍ଚ ଯାଏ ଗୃହ କାର୍ଯ୍ୟ ବନ୍ଦ କରିବା ପାଇଁ ଶାସକ ଦଳ ମୁଖ୍ୟ ସଚେତକ ପ୍ରସ୍ତାବ ଦେଇଥିଲେ। ବିରୋଧୀ ଦଳ ନେତା ବିଧାନସଭା ବନ୍ଦ କରିବା ଉପରେ ପ୍ରଶ୍ନ ଉଠାଇଥିଲେ । ଲୋକସଭା ବନ୍ଦ ହୋଇନି ତ କେମିତି ବିଧାନସଭା ବନ୍ଦ ହେବ ବୋଲି କହିଥିଲେ ବିରୋଧୀ ଦଳ । ତେବେ ପରିଶେଷରେ ୨୯ ଯାଏଁ ବିଧାନସଭା ମୁଲତବୀ ପ୍ରସ୍ତାବ ପାରିତ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ