ମାର୍ଚ୍ଚ ୩୦ ଓ ୩୧ରେ ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ୨୦ତମ ରାଷ୍ଟ୍ରୀୟ ଅଧିବେଶନ
(ଜୁଗାବ୍ଦ ନ୍ୟୁଜ୍): ଆସନ୍ତା ୩୦ ଓ ୩୧ ତାରିଖ ଦୁଇଦିନ ଧରି ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ୨୦ତମ ରାଷ୍ଟ୍ରୀୟ ଅଧିବେଶନ ଗୋପାଳପୁରସ୍ଥିତ ସେଣ୍ଟ୍ ଭିନ୍ସେଣ୍ଟ୍ ରିଟ୍ରେଟ୍ ସେଣ୍ଟରଠାରେ ଅନୁଷ୍ଠିତ ହେବ । ଏହି ସର୍ବଭାରତୀୟ ଅଧିବେଶନରେ ବିଭିନ୍ନ ରାଜ୍ୟରୁ ଦୁଇଶହରୁ ଊଦ୍ଧ୍ୱର୍ ଖବରକାଗଜ ସମ୍ପାଦକ ଓ ପ୍ରକାଶକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ସଂଗଠନ ଭାରତ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ସଂଗଠନ ଯାହା ଦୀର୍ଘ ୪୦ବର୍ଷ ଧରି କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରର ସ୍ୱାର୍ଥ ରକ୍ଷା ପାଇଁ କାର୍ଯ୍ୟ କରି ଆସୁଛି । ଅଧିବେଶନରେ ଆଗାମୀ ଦୁଇବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ ହେବା ସହିତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ବିଭିନ୍ନ ସମସ୍ୟା ସମ୍ପର୍କରେ ବ୍ୟାପକ ଆଲୋଚନା କରାଯିବ । ରାଷ୍ଟ୍ରୀୟ ଅଧ୍ୟକ୍ଷ କେଶବତ୍ତ ଚାନ୍ଦୋଲା ଏହି ଅଧିବେଶନରେ ଅଧ୍ୟକ୍ଷତା କରିବେ । ଅତିଥବ ଭାବେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁୁ ନିମନ୍ତ୍ରଣ କରାଯାଇଛି । ବହୁ ସଂଖ୍ୟାରେ ସମ୍ପାଦକ, ପ୍ରକାଶକ ଯୋଗ ଦେବା ପାଇଁ ସ୍ୱାଗତ ସମିତି ପକ୍ଷରୁ ଅଭ୍ୟର୍ଥନା ସମିତି ଅଧ୍ୟକ୍ଷ ତଥା ସମାଜସେବୀ ଭାଗିରଥି ମହାରଣା, ରାଜ୍ୟ ସଂଗଠନ ସଭାପତି ତଥା ସିପିଏସିର ସଦସ୍ୟ ରବି ରଥ ନିବେଦନ କରିଛନ୍ତି ।