ମାର୍ଚ୍ଚ ୩୧ ଯାଏଁ ଜିମ୍‌, ନାଇଟ୍‌ କ୍ଲବ୍‌, ସ୍ପାକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଲେ କେଜରୀଓ୍ବାଲ

ନୂଆଦିଲ୍ଲୀ : ସାରା ବିଶ୍ବରେ କରୋନା ଭାଇରସକୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଥିବାବେଳେ ଦିଲ୍ଲୀରେ କରୋନା ଭାଇରସକୁ ଦୃଷ୍ଟିରେ କେଜ୍ରିୱାଲ ସରକାର ଲୋକଙ୍କୁ ସଚେତନ ହେବାକୁ ପୁଣିଥରେ ପରାମର୍ଶ ଦେଇଛନ୍ତି। ଏଥିସହ ଦିଲ୍ଲୀରେ ସମସ୍ତ ପ୍ରକାରର ଜିମ, ନାଇଟ କ୍ଲବ, ସ୍ପାକୁ ମାର୍ଚ୍ଚ ୩୧ ଯାଏ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଦିଲ୍ଲୀ ସରକାର ସ୍କୁଲ, କଲେଜ ଓ ସିନେମା ହଲ ବନ୍ଦ ରଖିବାକୁ କହିଥିଲେ। ଏପରିକି କରୋନା ଭାଇରସକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଲୋକଙ୍କୁ ବାହାଘର କାର୍ଯ୍ୟକ୍ରମ ସ୍ଥଗିତ ରଖିବାକୁ ପରାମର୍ଶ ଦେଇଛନ୍ତି। ଆଜି ସାମ୍ବାଦିକ ସମ୍ମିଳନୀ କରି କେଜ୍ରିୱାଲ କହିଛନ୍ତି, “ଲୋକମାନେ ଯଥା ସମ୍ଭବ ଗୋଟିଏ ସ୍ଥାନରେ ଏକାଠି ହୁଅନ୍ତୁ ନାହିଁ। ସାମାଜିକ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖନ୍ତୁ। ସମସ୍ତେ ସଚେତନ ରୁହନ୍ତୁ ଓ ହାତକୁ ନିୟମିତ ସଫା ରଖନ୍ତୁ। ୫୦ରୁ ଉର୍ଦ୍ଧ୍ବ ଲୋକ ଏକାଠି ହେଉଥିବା କାର୍ଯ୍ୟକ୍ରମକୁ ମଧ୍ୟ ଅନୁମତି ମିଳିବ ନାହିଁ ବୋଲି କହିଛନ୍ତି । ଯଥାସମ୍ଭବ ବାହଘର ସ୍ଥଗିତ ରଖିବାକୁ ଚେଷ୍ଟା କରିବା ବା ବାହାଘର ତାରିଖ ଆଗକୁ ବଢାଇବାକୁ ଅନୁରୋଧ କରିଛନ୍ତି କେଜରୀଓ୍ବାଲ । ସଚେତନ ରହିଲେ ସମସ୍ତେ ସୁରକ୍ଷିତ ରହିପାରିବା। ସମସ୍ତେ ଏକାଠି ମାରାତ୍ମକ କରୋନା ବିରୋଧରେ ଲଢ଼େଇ କରିବା ଉଚିତ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀଓ୍ବାଲ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ