ମାର୍ଚ୍ଚ ୫କୁ ଗଣହତ୍ୟା ଓ ଗଣତନ୍ତ୍ରର ହତ୍ୟା ଦିବସ ପାଳୁଛି ଇଣ୍ଡିଆନ ସିଟିଜେନ୍ସ ପାର୍ଟି ପାଳିବା ପାଇଁ ଓଡ଼ିଶାବାସୀଙ୍କୁ ନିବେଦନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଇଣ୍ଡିଆନ ସିଟିଜେନସ୍ ପାର୍ଟି ମାର୍ଚ୍ଚ ୫ ତାରିଖକୁ ଗଣହତ୍ୟା ଓ ଗଣତନ୍ତ୍ରର ହତ୍ୟା ଦିବସ ଭାବେ ପାଳୁଛି । ପାର୍ଟି ସଭାପତି ରମେଶ ଚନ୍ଦ୍ର ରାଉତ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି ଯେ, ୨୦୦୦ ମାର୍ଚ୍ଚ ୫ ତାରିଖରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ଦିନଠାରୁ ଓଡ଼ିଶାରେ ଗଣହତ୍ୟା ଓ ଗଣତନ୍ତ୍ରର ହତ୍ୟା ଚାଲିଛି । ଚିଟପଢା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୪ ବର୍ଷ ମୁଖ୍ୟମନ୍ତ୍ରୀ ରହି ମଧ୍ୟ ଗରିବ ଲୋକ ଏବଂ ଗରିବ ପରିବାର ଗୁଡ଼ିକୁ ଘରଟିଏ, ଦୈନିକ ସର୍ବନିମ୍ନ ଆବଶ୍ୟକ ଖାଦ୍ୟ ବା ମିଲ୍, ପିଇବା ପାଣି, ବିଜୁଳି, ଆଗୁଆ କିମ୍ବା ତତ୍କାଳ ଡ଼ାକ୍ତରୀ ଚିକିତ୍ସା, ପ୍ରାଥମିକ ଶିକ୍ଷା ମଧ୍ୟ ଦେଇପାରି ନାହାଁନ୍ତି । ତେଣୁ ‘ଯାହା ନ ହୋଇ ବାଳୁତ କାଳେ, ତାହା କି ହୋଇବ ପାଚିଲା ବାଳେ’ ବୋଲି ଶ୍ରୀ ରାଉତ ନବୀନକୁ ତାଚ୍ଛଲ୍ୟ କରିଛନ୍ତି । ରାଜ୍ୟରେ ଚାରିଆଡ଼େ ମୃତ୍ୟୁ ଓ ଶବର ବିଭୀଷିକା ଦୃଶ୍ୟ ଓଡ଼ିଶାବାସୀଙ୍କୁ ବ୍ୟଥିତ କରିଛି । ରାସ୍ତାକୁ ବାହାରିଲେ ଦୁର୍ଘଟଣା ମୃତ୍ୟୁ, ଥାନାରେ ହାଜତ ମୃତ୍ୟୁ, ଜେଲରେ କଏଦୀ ମୃତ୍ୟୁ, ଓଡ଼ିଶାର ହଜାର ହଜାର ଗାଈ ଗୋରୁଙ୍କୁ ବଙ୍ଗଳାଦେଶର କଂସେଇଖାନାରେ ହାଣିବା, ଆଦିବାସୀ ଅଞ୍ଚଳରେ ନକ୍ସଲମାନେ ଦିନରେ ଓ ରାତିରେ ଘରୁ ଟାଣି ନେଇ ପୁଲିସ୍ ସୂଚନାଦାତା (ଓଦ୍ଭଲକ୍ଟକ୍ସଜ୍ଞରକ୍ସ) ସନ୍ଦେହରେ ନିରୀହ ଲୋକଙ୍କୁ ଖଣ୍ଡାରେ ହାଣି ମୁଣ୍ଡକାଟ ଶାସ୍ତି ଦେବା ଏବଂ ଗୁଳି କରିବା ଘଟଣାବଳୀର ବୃଦ୍ଧି, ପ୍ରବାସୀ ଓଡ଼ିଆ ମାନଙ୍କର ଶବ ଓଡ଼ିଶାକୁ ଫେରିବା, ଓଡ଼ିଶାବାସୀଙ୍କୁ ନିଶାଗ୍ରସ୍ତ କରି କ୍ୟାନସର ରୋଗରେ ଛଟପଟ କରିବା, ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ଆତ୍ମହତ୍ୟା, ପ୍ରତିଦିନ ମହିଳାମାନେ ଏବଂ ନାବାଳିକାମାନେ ଧର୍ଷଣରେ ଛଟପଟ, ପ୍ରତିଦିନ ମହିଳାମାନେ ଘରୋଇ ହିଂସାରେ ଛଟପଟ, ମହିଳାମାନେ ଡ଼ାହାଣୀ ସନ୍ଦେହରେ ହତ୍ୟା ଓ ନିର୍ଯ୍ୟାତନାର ଶିକାର, ଗର୍ଭବତୀ ମହିଳାମାନଙ୍କ ଓ ଶିଶୁମାନଙ୍କର ଚିକିତ୍ସା ଅବହେଳାରୁ ମୃତ୍ୟୁ, ପୋଲିସ୍ ଆକ୍ରମଣ ଓ ଅତ୍ୟାଚାରରେ ଗାଁ, ସାହି, ବସ୍ତି, ପୁରୁଷ ଶୂନ୍ୟ ଓ ମହିଳା ଶୂନ୍ୟ, ବେରୋଜଗାରୀ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ନଦେଇ ଆଉଟ ସୋର୍ସିଂ ସଂସ୍ଥା ଗୁଡ଼ିକୁ ବେରୋଜକାରୀ ଯୁବକ ଯୁବତୀ ମାନଙ୍କୁ ଶୋଷଣ କରିବା ପାଇଁ ପ୍ରୋତ୍ସାହନ ଦେବା, ବେଆଇନ ବିଜୁଳି ବିଲ୍ ଆଦାୟ, ଜନ ପ୍ରତିନିଧିମାନଙ୍କୁ ନ୍ୟୁନ କରିବା, ମାନବିକ ଅଧିକାର କ୍ଷୁର୍ଣ୍ଣ ଘଟଣାବଳୀ ବୃଦ୍ଧି, ଏନକାଉଣ୍ଟର ଆଇନକୁ ହାତକୁ ନେବା ଘଟଣାବଳୀର ବୃଦ୍ଧି, ଶ୍ରୀମନ୍ଦିରରେ ଲଗାତର ନୀତି ବିଭ୍ରାଟ, ଶ୍ରୀମନ୍ଦିର ଭିତରକୁ ଅଣହିନ୍ଦୁ ମାନଙ୍କର ପ୍ରବେଶ, ଭିଡ଼ମୃତ୍ୟୁ, ଚାଷୀ ମୃତ୍ୟୁ ଓ ଚାଷୀ ଶୋଷଣ, ବ୍ୟବସାୟୀମାନଙ୍କୁ ହତ୍ୟା ଓ ଅପହରଣ ଇତ୍ୟାଦି ଅସରନ୍ତି ସମସ୍ୟାର ସୃଷ୍ଟିକର୍ତ୍ତା ନବୀନ ପଟ୍ଟନାୟକ ଏବଂ ତାଙ୍କର ମୁଷ୍ଟିମେୟ ଅଣଓଡ଼ିଆ ଅଫିସର ମାନଙ୍କ ଚାଳିତ ବିଜୁ ଜନତା ଦଳ ସରକାର । ତେଣୁ ମାର୍ଚ୍ଚ ୫କୁ ଓଡ଼ିଶାରେ ଗଣହତ୍ୟା ଓ ଗଣତନ୍ତ୍ରର ହତ୍ୟା ଦିବସ ଭାବେ ପାଳୁଛି ଇଣ୍ଡିଆନ ସିଟିଜେନସ୍ ପାର୍ଟି । ଓଡ଼ିଶାବାସୀ ମାର୍ଚ୍ଚ ୫କୁ ଗଣହତ୍ୟା ଓ ଗଣତନ୍ତ୍ରର ହତ୍ୟା ଦିବସ ଭାବେ ପାଳିବାକୁ ଇଣ୍ଡିଆନ ସିଟିଜେନସ୍ ପାର୍ଟି ପକ୍ଷରୁ ଓଡ଼ିଶାବାସୀଙ୍କୁ ନିବେଦନ କରାଯାଇଛି ।


