ମାର୍ଲବା ଗଣ୍ଡଖିଆ ଘାଟିରେ କନ୍ୟା ଯାତ୍ରୀ ବସ ଦୁର୍ଘଟଣା ୪୦ ଆହତ ୫ ଗୁରୁତର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ମାର୍ଲବା ଘାଟିରେ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ବାରମ୍ବାର ଦୁର୍ଘଟଣା ମାନ ହେଉଥିବା ଦେଖିବାକୁ ମିଳୁଛି। ରବିବାର ମଧ୍ୟାହ୍ନ ୧ ଘଣ୍ଟା ସମୟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତି ଯାଇଛି ଅନେକ ଜୀବନ। ସୁଚନା ମୁତାବକ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଠାରୁ ପାରଳାଖେମୁଣ୍ଡି ଅଭିମୁଖେ ଆସୁଥିବା ଏକ କନ୍ୟାଯାତ୍ରୀ ଲଗଜୁରି ବସ୍ (ଓଡି ୦୨ ଅର୍ ୭୩୯୯) ମାର୍ଲବା ଘାଟିର ନିର୍ଦ୍ଦିଷ୍ଟ ବୁଲାଣି ଠାରେ ଯେଉଁ ଠାରେ ଅନେକ ସମୟରେ ଦୁର୍ଘଟଣା ଘଟିବାର ନଜିର ରହିଛି । ବସରେ ପ୍ରାୟ ୪୦/୫୦ ଜଣ ଯାତ୍ରୀ ଥିବାବେଳେ କାହାରି ପ୍ରାଣ ହାନି ହୋଇନଥିଲେ ମଧ୍ୟ ଗାଡ଼ି ଚାଳକଙ୍କ ଓ ଯାତ୍ରୀ ମାନେ ଆହତ ହୋଇଥାନ୍ତି। ଘଟଣା ସ୍ଥଳରେ ରାୟଗଡ଼ ପୋଲିସ୍ ପହଞ୍ଚି ଆହତ ମାନଙ୍କୁ ନୁଆଗଡ଼ ଅଗ୍ନିଶମ କର୍ମଚାରୀ, ବଡ଼ପଦା, ଖଜୁରିପଦା ଲୋକଙ୍କ ସହଯୋଗରେ ଉଦ୍ଧାର କରିବା ସହ ଚିକିତ୍ସା ନିମନ୍ତେ ରାୟଗଡ଼ ଗୋଷ୍ଠୀ ଚିକିତ୍ସାଳୟକୁ ପଠାଇ ଥିବା ଦେଖିବାକୁ ମିଳିଛି।ତେବେ ବାରମ୍ବାର ସେହି ନିର୍ଦ୍ଧିଷ୍ଟ ମାର୍ଲବା ଘାଟି ରେ ଏଭଳି ପ୍ରତ୍ୟେକ ସମୟରେ ଦୁର୍ଘଟଣା ଘଟି ଅନେକ ଜୀବନ ହାନି ହେଉଥିଲେ ମଧ୍ୟ ଘାଟି ରାସ୍ତା କୁ ପ୍ରଶସ୍ତ ଓ ଦୁର୍ଘଟଣା ଏଡ଼ାଇବା ବ୍ୟବସ୍ଥା ନ କରି ପ୍ରଶାସନ ନୀରବଦ୍ରଷ୍ଟା କାହିଁକି ସାଜିଛି ବୋଲି ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖା ଦେଇଛି।