ମାର୍ଲବା ଘାଟିରେ ଓଲଟିଲା ଟ୍ରକ, ୪ ଆହତ

ମୋହନା, (ଅଂଶୁମାନ ପଣ୍ଡା) : ଗଜପତି ଜିଲ୍ଲା ରାୟଗଡ଼ା ଥାନା ଅନ୍ତର୍ଗତ ମାର୍ଲବା ଘାଟିରେ ଓଲଟିଲା ଟ୍ରକ, ଘଟଣାସ୍ଥଳୁ ଚାଳକ ଫେରାର ହୋଇଯାଇହିଅ ଜଣାପଡିଛି । ଫଳରେ ଦୁର୍ଘଟଣାରେ କଟକରୁ ମାଲ ନେଇ ଆସିଥିବା ଟ୍ରକ ହେଲ୍ପର ସମେତ ୩ ଶ୍ରମିକ ଆହତ ହୋଇଛନ୍ତି । ଖବର ପାଇ ଖଜୁରିପଦାଫାଣ୍ଡି ଅଧିକାରୀ ରବୀନ୍ଦ୍ର ପାତ୍ର ଓ ତାଙ୍କ କର୍ମଚାରୀ ପହଁଚି ଆହତମାନଙ୍କୁ ଉଦ୍ଧାର କରି ଖଜୁରିପଦା ମେଡିକାଲରେ ଭର୍ତି କରି ଥିଲେ, ସେଠାରୁ ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ଆହତଙ୍କୁ ପାରଳାଖେମୁଣ୍ଡି ମେଡିକାଲକୁ ପଠାଯାଇଥିବା ଜଣାପଡିଛି । କଟକରୁ ଏକ ଟ୍ରକ ନଂଓଡ଼ି୦୨ଏସ ୬୫୬୪ ଯୋଗେ ଲକର ନେଇ ପାରଳାଖେମୁଣ୍ଡି ବ୍ୟାଙ୍କକୁ ନେଇ ଯାଉଥିବା ବେଳେ ଜାତୀୟ ରାଜପଥ ୩୨୬ରେ ଭରସାମ୍ୟ ହରାଇ ଟ୍ରକ ଦୁର୍ଘଟଣା ଘଟିଛି, ରାୟଗଡ ପୋଲିସ ଘଟଣା ସ୍ଥଳରେ ପହଂଚି ଘଟଣାର ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ଶ୍ରବଣ କୁମାର ମହାରଣାସୂଚନା ଦେଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ