ମାର୍ଲବା ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ବହି ବୋଝଇ ଟ୍ରକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ମାର୍ଲବା ଘାଟିରେ ପୁଣି ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି । ୩୨୬-ଏ ଜାତୀୟ ରାଜପଥରେ ଆଜି ଭୁବନେଶ୍ୱରରୁ ପାରଳାଖେମୁଣ୍ଡି ଅଭିମୁଖେ ବହି ବୋଝେଇ କରି ଆସୁଥିବା ବେଳେ ଗାଡି ନମ୍ବର ଓଡି ୦୨ଏଏକ୍ସ ୨୯୧୯ ଦୁର୍ଘଟଣାଗ୍ରସ୍ତ ହୋଇଛି । ଉକ୍ତ ଘଟଣାରେ କେହି ମୃତହତ ହୋଇନଥିବା ବେଳେ ଡ୍ରାଇଭର ନୃସିଂହନାଥ ପ୍ରଦାନ (୩୨) ଅଲ୍ପକେ ବର୍ତ୍ତି ଯାଇଛନ୍ତି । ଗୁରତର ଡ୍ରାଇଭରକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ରାୟଗଡ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିବା ବେଳେ ଡାକ୍ତର ଅଧିକା ଚିକିତ୍ସା ପାଇଁ ତାଙ୍କୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିବା ଜଣାପଡିଛି । ରାୟଗଡ ପୋଲିସ ଘଟଣା ସ୍ଥଳରେ ପହଞ୍ôଚ ତଦନ୍ତ ଆରମ୍ଭ କରିଛି । ଜିଲ୍ଲାର ଦୁର୍ଘଟଣା ଜୋନ୍ ଭାବେ ପରିଚିତ ମାର୍ଲବା ଘଟିକୁ ଦୁର୍ଘଟଣା ମୁକ୍ତ କରାଯିବ ବୋଲି କହିଥିବା ପ୍ରଶାସନ କିନ୍ତୁ ଏହା କରିପାରିନାହିଁ । ପ୍ରକାଶ ଥାଉକି ଗଜପତି ଜିଲ୍ଲାର ଏହି ମାର୍ଲବା ଘାଟିରେ ବାରମ୍ବାର ଦୁର୍ଘଟଣା ହେବାସହ ଅନେକ ଧନ ଜୀବନ ହରାଉଛନ୍ତି ତେଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସାଧାରଣରେ ଦାବି ହୋଇଛି ।


