ମାରୱାଡ଼ି ମହିଳା ସମ୍ମେଳନ ପକ୍ଷରୁ ରକ୍ତଦାତାଙ୍କୁ ସମ୍ବର୍ଦ୍ଧନା
ବାଲେଶ୍ୱର, (ସରୋଜ ପଣ୍ଡା) :-ଜାତୀୟ ରକ୍ତଦାତା ଦିବସ ଅବସରରେ ମାରୱାଡ଼ି ମହିଳା ସମ୍ମେଳନ ବାଲେଶ୍ୱର ଶାଖା ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଜିଲା ରକ୍ତଭଣ୍ଡାର କ୍ୟାମ୍ପସରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ସମ୍ମେଳନର ଜିଲା ସଭାପତି ପ୍ରିୟା ଅଗ୍ରୱାଲ, ସମ୍ପାଦିକା ସୋନାଲ ମୋଦି, କୋଷାଧ୍ୟକ୍ଷ ଗୀତା ସୋମାନି, ମନୋନୀତ ରାଷ୍ଟ୍ରୀୟ ସଭାନେତ୍ରୀ ଅଞ୍ଜୁ ସରାୱଗୀ ଓ ଚକ୍ଷୁଦାନ ପ୍ରକଳ୍ପର ସହ-ମୁଖ୍ୟ ମେଘା ଚାନ୍ଦେଲୱାଲ ପ୍ରମୁଖ ଏଥିରେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ରକ୍ତଦାନ ଦ୍ୱାରା ଶରୀର ସୁସ୍ଥ ରହିବା ସହ ଅନ୍ୟର ଜୀବନ ରକ୍ଷାରେ ସହାୟକ ହେବା ଅତ୍ୟନ୍ତ ମହତ କାର୍ଯ୍ୟ ବୋଲି ସମ୍ମେଳନର କର୍ମକର୍ତ୍ତାମାନେ ମତ ପ୍ରକାଶ କରିଥିଲେ । ଏହି ଅବସରରେ ଜିଲାରେ ଅଧିକ ଥର ରକ୍ତଦାନ କରିଥିବା ସମାଜସେବୀ ସାହିରୁଲ ହକ, ମହମ୍ମଦ ମୁକ୍ତାର ଅହେମ୍ମଦ, ନେହା ଆଲମ, ସୁନୀତା ମିଶ୍ର, ଗିରୀଶ ମିଶ୍ର ପ୍ରମୁଖଙ୍କୁ ସମ୍ମେଳନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।