ମା’ର ଆକଟ ସହିନପାରି ନାବାଳିକାଙ୍କ ଆତ୍ମହତ୍ୟା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ମା’ର ଆକଟ ସହିନପାରି ଜଣେ ନାବାଳିକା କୀଟନାଶକ ଔଷଧ ସେବନ କରି ଆତ୍ମହତ୍ୟା କରିଛନ୍ତି । ମୃତକ ଜଣକ ହିଞ୍ଜିଳି ଥାନା ଗିରିଆ ଗ୍ରାମର ପ୍ରଭାକର ସେଠିଙ୍କ ନାବାଳିକା କନ୍ୟା ସନ୍ତୋସିନି (୧୫) । ପ୍ରକାଶ ଯେ, ସେମାବାର ସକାଳେ ନାବାଳିକା ଜଣକ ଗାଧୋଇବା ପାଇଁ ଗ୍ରାମ ନିକଟସ୍ଥ ନଦୀକୁ ଯାଇଥିଲେ । ସ୍ନାନ ସାରି ବହୁ ବିଳମ୍ବରେ ଘରକୁ ଫେରିବାରୁ ନାବାଳିକାଙ୍କ ମା କିଛି ଆକଟ କରିଥିଲେ । ମା’ଙ୍କ ଆକଟ ସହିନପାରି ନାବାଳିକା ଜଣକ ଘରେ ଥିବା କୀଟନାଶକ ଔଷଧ ଖାଇ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ । ପରିବାର ଲୋକେ ଜାଣିପାରି ନାବାଳିକାଙ୍କୁ ଉଦ୍ଧାର କରି ଚକିିତ୍ସା ସକାଶେ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ଚିକିତ୍ସାଧିନ ସମୟରେ ମଙ୍ଗଳବାର ସକାଳେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ମୃତ୍ୟୁ ଘଟିଥିଲା । ଏ ନେଇ ବ୍ରହ୍ମପୁର ବଡ଼ ମେଡ଼ିକାଲା ଫାଣ୍ଡିରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ଜବତ କରି ବ୍ୟବ;ଛଦ କର।।ଯାଇ ମୃତଦେହକୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି ।