ମା’ର ଆକଟ ସହିପାରିଲାନି ପୁଅ, ବିଷ ପିଇ ଆତ୍ମହତ୍ୟା
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସଢ଼ା ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ମା’ର ଆକଟ ସହି ନପାରି ୧୪ବର୍ଷର ପୁଅ ବିଷ ପିଇ ଆତ୍ମହତ୍ୟା କରିଛି । ସୁଚନାରୁ ଜଣାଯାଇଛି ଯେ ଗ୍ରାମର ଗୋପାଳ ନାୟକଙ୍କ ପୁଅ ଶିବ ନାୟକ (୧୪) ୯ମଶ୍ରେଣୀର ଛାତ୍ର । ଗତକାଲି ଘରେ ମା ରଖିଥିବା ଟଙ୍କାରୁ ଶିବ ଦୁଇ ହଜାର ଟଙ୍କା ଲୁଚାଇ ଆଣି କିଛି ଶ୍ରମିକଙ୍କ ସହ ମିଶି ବାହାରକୁ ଯିବ ବୋଲି ଯୋଜନା କରିଥିଲା । ମାତ୍ର ତାର ବୟସ ହୋଇନଥିବାରୁ କେହି ତାକୁ ସଙ୍ଗରେ ନେଇ ନଥିଲେ । ଫଳରେ ଶିବ ସେ ଟଙ୍କାରେ ମଉଜ ମଜଲିସ କରି ଟଙ୍କାତକ ଖର୍ଚ୍ଚ କରିଦେଇଥିଲା । ଏହା ଜାଣିବାପରେ ଗତକାଲି ମା’ ଶିବକୁ ପାଟିକରିଥିଲା । ମା’ର ଆକଟ ଶୁଣିବାପରେ ପୁଅ ଶିବ ମାସିକ ଭାରସାମ୍ୟ ହରାଇ କୀଟନାଶକ ଖାଇ ଦେଇଥିଲା । ପରିବାର ଲୋକେ ଏହା ଜାଣିବାପରେ ଆନନ୍ଦପୁର ଡାକ୍ତରଖାନା ନେଇଯାଇଥିଲେ । ସେଠାରେ ତାର ମୃତ୍ୟୁ ଘଟିଥିଲା ।