ମାଲକାନଗିରିରେ ଧୁମଧାମର ସହ ପାଳନ ହେଉଛି ମହାଶିବ ରାତ୍ରି

ମାଲକାନଗିରି,(ମନୋଜ କୁମାର ସାହା) :ପବିତ୍ର ଶିବ ରାତ୍ରି ଅବସରରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ଶୈବ ପୀଠରେ ସକାଳୁ ସକାଳୁ ଦେଖିବାକୁ ମିଳିଛି ଶ୍ରଦ୍ଧାଳୁ ମାନଙ୍କ ଭିଡ। ଜିଲ୍ଲାର ସମସ୍ତ ଶିବ ମନ୍ଦିରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲା ସଦର ମହକୁମାର ନିକଟସ୍ଥ ମଲ୍ଲିକେଶ୍ବର ଶୈବ ପୀଠରେ ଭକ୍ତ ମାନଙ୍କ ଲମ୍ବା ଲାଇନ ଲାଗିଥିବା ଦେଖିବାକୁ ମିଳିଛି। ପାହାଡ ଉପରେ ଅବସ୍ଥିତ ଏହି ପୀଠରେ ପ୍ରତି ବର୍ଷ ହାଜର ହଜାର ସଂଖ୍ୟାରେ ଭକ୍ତ ଆସୁଥିବା ବେଳେ ଚଳିତ ବର୍ଷ ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ଵ ଭକ୍ତ ଆସିବାର ଅନୁମାନ କରାଯାଉଛି। ମଲ୍ଲିକେଶ୍ବର ଶୈବପିଠରେ ଭକ୍ତମାନେ ଶାନ୍ତି ଶୃଙ୍ଖଳା ସହ ଠାକୁରଙ୍କ ଦର୍ଶନ କରିବା ପାଇଁ ପୂଜା କମିଟି ପକ୍ଷରୁ ସମସ୍ତ ଆୟୋଜନ କରାଯାଇଛି। ଏହି ପୀଠ ଏକ ପୌରାଣିକ ପିଠ ହୋଇଥିବାରୁ ଛୋଟ ପିଲାଛୁଆ ଠାରୁ ଆରମ୍ଭକରି ବୟସ୍କ ଲୋକମାନେ ନିଜର ସମସ୍ତ କଷ୍ଟ ଭୁଲି ପାହାଡ଼ ଚଢି ପ୍ରଭୁଙ୍କ ଦର୍ଶନ କରିଛନ୍ତି। ଶୈବ ପୀଠରେ ଭକ୍ତ ତଥା ମାନସିକ ଧାରି ମାନେ ଜାଗର ଦୀପ ଜାଳି ରାତ୍ରି ଉଜାଗର ରହିବାର କାର୍ଯ୍ୟକ୍ରମ ରହିଥିବା ବେଳେ ପାହାଡ ତଳେ ବିଭିନ୍ନ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଛି। ସେହିଭଳି ମାଲକାନଗିରି ସହରର ତଳସାହି ଶିବମନ୍ଦିର, ହାଟପଦା, ପୁରୁଣା ମେଡିକାଲ, ଶିବାନନ୍ଦ ଆଶ୍ରମ, ହରଗୌରୀ ଭଳି ଶୈବପୀଠ ଗୁଡିକରେ ମଧ୍ୟ ଆଜି ଶିବରାତ୍ରି ପାଇଁ ବେସ ଲୋକାରଣ୍ୟ ହୋଇଛି। ସେହିପରି ଜିଲ୍ଲାର ଆଉ ଏକ ପୌରାଣିକ ଶୈବ ପିଠ ଯଦୁଗୁଡାରେ ମଧ୍ୟ ଭକ୍ତଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି। ସେଠାରେ ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ହୋଇ ଦେବାଦୀଦେବ ମହାଦେବଙ୍କ ପୂଜା କରିଛନ୍ତି। ଗହଳି ଓ ଶାନ୍ତି ଶୃଙ୍ଖଳା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ପୋଲିସ ମୁତ୍ତୟନ ସହ ବ୍ୟାପକ ପଦକ୍ଷେପ ନିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ