ମାଲକାନଗିରିରେ ପ୍ରାକୃତିକ ଚିକିତ୍ସା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ମାଲକାନଗିରି,୧୦।୫(ମନୋଜ କୁମାର ସାହା): ମାଲକାନଗିରି ଜିଲ୍ଲା ସଦର ମହକୁମା ନିକଟ ତପୋଭୂମି ସାମାଜିକ ସଂଗଠନରେ ୫ ଦିନ ବ୍ୟାପି ଏକ ପ୍ରାକୃତିକ ଚିକିତ୍ସା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି, ଏହି ଶିବିରରେ ବିବେକାନନ୍ଦ ଜେନା ଶିକ୍ଷାର୍ଥୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ,ଏହି କାର୍ଯ୍ୟକ୍ରମକୁ ରବୀନ୍ଦ୍ରନାଥ ଥାଟୋଇ ସଂଯୋଜନା କରିଥିଲେ,ପ୍ରକୃତି ଦତ୍ତ ପାଣି, ପବନ, ମାଟି, ନିଆଁ, ଫଳ ଓ ତାହାର ରସ, ଉପବାସ ଓ ସାଧାରଣ ଦିନଚର୍ଯ୍ୟାରେ ପରିବର୍ତ୍ତନ ଦ୍ୱାରା ଆମେ କିପରି ଦିର୍ଘାୟୁ ଓ ଏକ ସୁସ୍ଥ ଜୀବନ ଅତିବାହିତ କରିପାରିବା ଏହି ପ୍ରଶିକ୍ଷଣ ପାଠ ସହ ପ୍ରାକ୍ଟିକାଲ୍ କରାଯାଇଥିଲା,ନେତି, ଧୌତି, ଏନିମା, ମୃତ୍ତିକା ସ୍ନାନ, ସୂର୍ଯ୍ୟ ସ୍ନାନ, ପଟି ବାନ୍ଧିବା ପ୍ରଭୁତି ପ୍ରାକ୍ଟିକାଲ୍ ଶିକ୍ଷାର୍ଥୀ ମାନେ କରି ନିଜର ରୋଗ ଉପଶମ ମଧ୍ୟ କରିଥିଲେ,ପ୍ରଶିକ୍ଷଣ ରେ ୨୧ ଜଣ ବିଦ୍ୟାର୍ଥୀ ଯୋଗଦେଇଥିଲେ, ୫ ମଇରେ ଏହି ଶିବିରକୁ ମାଲକାନଗିରି ତହସିଲଦାର ଟିକୁନୁ ପୁଟ୍ଟା ଉଦ୍ଘାଟନ କରିଥିବା ବେଳେ ଏହା ଆଜି ଉଜ୍ଜାପନ ହୋଇଛି। ଏହି ଅବସରରେ ସମାଜସେବୀ ତଥା ଯୋଗ ଶିକ୍ଷକ ରାମକୃଷ୍ଣ ଚୌଧୁରୀ ଉପସ୍ଥିତରହି ସମସ୍ତଙ୍କ ଅନୁଭୂତି ସାଉଁଟିବା ସହ ଆଗାମୀ ଭବିଷ୍ୟତରେ କିପରି ପ୍ରାକୃତିକ ସମ୍ପଦ ଦ୍ଵାରା ନାନା ସାମଗ୍ରୀ ପ୍ରସ୍ତୁତିକରି ସମସ୍ତେ ସ୍ୱାବଲମ୍ବୀ ହୋଇପାରିବେ ସେନେଇ ମତ ରଖିଥିଲେ