ମାଲକାନଗିରି ଜିଲ୍ଲାରେ ଆଡମ୍ବର ସହକାରେ ରାମନବମୀ ପାଳିତ

ମାଲକାନଗିରି,(ମନୋଜ କୁମାର ସାହା): ମାଲକାନଗିରି ଜିଲ୍ଲା ସଦରରେ ବିଭିନ୍ନ ସ୍ଥାନରେ ରାମ ନବମୀ ପାଳନ କରାଯାଇଛି। ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ହୋଇଥିବା ବେଳେ ସହର ଏକ ପ୍ରକାର ଗେରୁଆ ମୟ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ସଦର ମହକୁମା ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର, ଶ୍ରୀରାମନଗର ଠାରେ ପାରମ୍ପରିକ ରୀତିରେ ଶ୍ରୀରାମ ନବମୀ ପାଳିତ ହୋଇ ଯାଇଛିl ଉକ୍ତ ଉତ୍ସବରେ ବିଦ୍ୟାଳୟର ସଭାପତି ରବୀନ୍ଦ୍ର କୁମାର ମହାରଣା ସଭାପତିତ୍ବ କରିଥିବା ବେଳେ, ମୁଖ୍ୟ ଅତିଥି ଭାବେ ଉପ ନିର୍ଦେଶକ ଗୋଲକଚନ୍ଦ୍ର ଦଳାଇ, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ସମ୍ପାଦକ ତଥା ରେଞ୍ଜ ଅଫିସର ରମେଶ ଚନ୍ଦ୍ର ରାଉତ ଯୋଗଦାନ କରିଥିଲେl କାର୍ଯ୍ୟକ୍ରମ ପ୍ରାରମ୍ଭରେ ମଞ୍ଚସୀନ ଅତିଥିଗଣ ଭଗବାନ ଶ୍ରୀରାମ ଚନ୍ଦ୍ରଙ୍କ ତୈଳ ଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ପୁଷ୍ପ ଓ ନୈବେଦ୍ୟ ଅର୍ପଣ କରିଥିଲେl ରାମ, ଲକ୍ଷଣ, ସୀତା ଓ ହନୁମାନ ବେଶରେ ଆସିଥବା ଶିଶୁ ବାଟିକାର କୁନି କୁନି ପିଲାଙ୍କର ପାଦପୂଜା କରାଯାଇ ସେମାନଙ୍କର ପୂଜାର୍ଚନା କରାଯାଇଥିଲାl ମୁଖ୍ୟ ଅତିଥି ପିଲାମାନଙ୍କୁ ଆଜି ଦିବସର ମହତ୍ତ୍ୱ ଓ ବିଶେଷତ୍ୱ ପୌରାଣିକ କାହାଣୀ ମାଧ୍ୟମରେ ଉପସ୍ଥାପନା କରିଥିଲେl ବିଦ୍ୟାଳୟର ସହପ୍ରଧାନ ଆଚାର୍ଯ୍ୟ ଲଷ୍ମୀଧର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେl ପାରମ୍ପରିକ ବେଶ ଭୁଷା ରେ ସଜ୍ଜିତ ହୋଇ ଆସିଥିବା କୁନି କୁନି ଭାଇ ଭଉଣୀ ମାନଙ୍କୁ ଶୋଭାଯାତ୍ରା ରେ ସ୍ଥାନୀୟ ଶିବାନନ୍ଦ ଆଶ୍ରମ ସ୍ଥିତ ରାମ ମନ୍ଦିରକୁ ନେଇ ପୂଜାର୍ଚନା କରାଯଇଥିଲା। ପରେ ପରେ ବିଦ୍ୟାଳୟରେ ପିଲାମାନଙ୍କ ଦ୍ୱାରା ରାମ କଥା ଉପରେ ଆଧାରିତ ସାଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲାl ବିଦ୍ୟାଳୟ ସ୍ତରୀୟ ଶ୍ରୀରାମ ନବମୀ ପାଳନ କାର୍ଯ୍ୟକ୍ରମରେ ଶିଶୁ ବାଟିକା ପ୍ରମୁଖ ଏବଂ ଗୁରମା ଓ ଗୁରୁଜୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେl ସେହିପରି ସହରରର ବିଭିନ୍ନ ସ୍ଥାନରେ ଆଜି ବେସ ଆଡମ୍ବର ସହକରେ ରାମ ନବମୀ ପାଳନ କରାଯାଇଛି। ଏକ ବିଶାଳ ଶୋଭାଯାତ୍ରାରେ ଶତାଧିକ ଯୁବକ ଯୁବତୀ ମାନେ ଦିବା ୧୧ ଘଟିକାରେ ମୋଟର ସାଇକେଲ ଶୋଭାଯାତ୍ରା କରି ଜୟ ଶ୍ରୀ ରାମ ନାରା ଦେଇଥିବା ବେଳେ ସହରର ବିଭିନ୍ନ ସ୍ଥାନରେ ରାମଙ୍କ ବଡ ବଡ ପୋଷ୍ଟର ଲଗା ଯାଇଥିବା ଦେଖିବାକୁ ମିଳିଛି। ସେହିପରି ସନ୍ଧ୍ୟା ସମୟରେ ପ୍ରାୟ ୨୦୦୦ରୁ ଊର୍ଦ୍ଧ୍ଵ ଲୋକଙ୍କ ସମାଗମରେ ଏକ ବିଶାଳ ପଦଯାତ୍ରାର ଆୟୋଜନ କରାଯାଇ ସହର ପରିକ୍ରମା କରାଯାଇଥିବା ବେଳେ ଜୟ ଶ୍ରୀ ରାମ ନାମ ଧ୍ୱନିରେ ସହର ପ୍ରକମ୍ପିତ ହୋଇ ଉଠିଥିଲା। ବିଭିନ୍ନ ସଙ୍ଗଠନ ପକ୍ଷରୁ ଏହି ଅବସରରେ ଅର୍ଣ ପ୍ରସାଦ, ପଣା ସହ ବିଭିନ୍ନ ଖାଦ୍ୟ ପଦାର୍ଥ ବଣ୍ଟନ କରଯାଇଥିଲା। ସେହିପରି ଜିଲ୍ଲାରେ ଥିବା ବିଭିନ୍ନ ରାମ ମନ୍ଦିରରେ ସ୍ଵତନ୍ତ୍ର ପୂଜାର ଆୟୋଜନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ