ମାଲକାନଗିରି ଜିଲ୍ଲାରେ ସଡ଼କ ପଥର ହେବ ବିକାଶ

ମାଲକାନଗିରି, (ବିମଳ କିଶୋରେ ମିଶ୍ର):ମାଲକାନଗିରି ଜିଲ୍ଲାରେ ସଡ଼କ ପଥର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି।୨୧ଟି ପ୍ରକଳ୍ପ ପାଇଁ ଏହି ଅର୍ଥ ବ୍ୟୟ କରାଯିବ।ରାଜ୍ୟ ୫-ଟି ସଚିବ  ଭି.କେ ପାଣ୍ଡିଆନଙ୍କ ମାଲକାନଗିରି ଜିଲ୍ଲା ଗସ୍ତ ସମୟରେ ଜନସାଧାରଣଙ୍କ ପକ୍ଷରୁ ସଡ଼କ ପ୍ରକଳ୍ପ ପାଇଁ ପ୍ରସ୍ତାବ ଦିଆଯାଇଥିଲା।ମାଲକାନଗିରିର ଦୁର୍ଗମ ଅଞ୍ଚଳରେ ସଡ଼କ ପଥ ନିର୍ମାଣ କ୍ଷେତ୍ରରେ ଏହି ଯୋଜନା ଏକ ପ୍ରମୁଖ ପଦକ୍ଷେପ ହେବ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଜିଲ୍ଲାର ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପ୍ରସ୍ତାବିତ ୨୧ ଟି ସଡକ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହା ଦ୍ଵାରା ୧୫୮ କୋଟି ଟଙ୍କା ବ୍ୟୟରେ ୧୭୨.୫୩ କିଲୋମିଟର ସଡ଼କ ପ୍ରକଳ୍ପ ନିର୍ମାଣ ହେବ।ଏହି ଯୋଜନା ଚିତ୍ରକୋଣ୍ଡା, କାଲିମେଳା, କୋରୁକୋଣ୍ଡା, ଏବଂ ପଡ଼ିଆ ଭଳି ଆଭ୍ୟନ୍ତରୀଣ ବ୍ଲକ ଗୁଡ଼ିକର ଗ୍ରାମୀଣ ଭିତ୍ତିଭୂମି ଏବଂ ସଂଯୋଗ ପାଇଁ ଏହା  ଗୁରୁତ୍ୱପୂର୍ଣ୍ଣ ହେବ।ଏହି ପ୍ରକଳ୍ପଗୁଡିକ  ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା – ଦୁର୍ଗମ ଅଞ୍ଚଳର ଅପହଞ୍ଚ  ଗ୍ରାମଗୁଡିକରେ ଯୋଗାଯୋଗ  ଅଧୀନରେ କାର୍ଯ୍ୟକାରୀ ହେବ।ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା  ରାଜ୍ୟ ସରକାରଙ୍କ ଦ୍ୱାରା ସମ୍ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ଏକ ପଥପ୍ରଦର୍ଶକ ପଦକ୍ଷେପ, ମାଓବାଦୀ ପ୍ରଭାବିତ ତଥା ଆହ୍ବାନପୂର୍ଣ୍ଣ ଅଞ୍ଚଳରେ ଗ୍ରାମୀଣ ସଂଯୋଗ ପ୍ରତି ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥାଏ। ରାଜ୍ୟରେ ଭିତ୍ତିଭୂମି ବିକାଶ ପ୍ରୟାସରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଚିହ୍ନିତ କରିଛି।୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ମାଲକାନଗିରି ଜିଲ୍ଲା ଗସ୍ତ ସମୟରେ ଏହି ପ୍ରକଳ୍ପଗୁଡିକ ପାଇଁ ପ୍ରସ୍ତାବ ଦିଆଯାଇଥିଲା।ଏହି ପ୍ରକଳ୍ପଗୁଡିକର  ଗୁରୁତ୍ଵ ବିଷୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ ଏବଂ ପ୍ରକଳ୍ପଗୁଡିକ ପାଇଁ ଆକଳନ ପ୍ରସ୍ତୁତ କରିବାକୁ ତୁରନ୍ତ  ଗ୍ରାମ୍ୟ ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।ବିଭାଗ ପ୍ରାଥମିକତା ଭିତ୍ତିରେ ପ୍ରକଳ୍ପରଭିତ୍ତିଭୂମି ବିକାଶ ପ୍ରୟାସରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଚିହ୍ନିତ କରିଛି।୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ମାଲକାନଗିରି ଜିଲ୍ଲା ଗସ୍ତ ସମୟରେ ଏହି ପ୍ରକଳ୍ପଗୁଡିକ ପାଇଁ ପ୍ରସ୍ତାବ ଦିଆଯାଇଥିଲା।ଏହି ପ୍ରକଳ୍ପଗୁଡିକର  ଗୁରୁତ୍ଵ ବିଷୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ ଏବଂ ପ୍ରକଳ୍ପଗୁଡିକ ପାଇଁ ଆକଳନ ପ୍ରସ୍ତୁତ କରିବାକୁ ତୁରନ୍ତ  ଗ୍ରାମ୍ୟ ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।ବିଭାଗ ପ୍ରାଥମିକତା ଭିତ୍ତିରେ ପ୍ରକଳ୍ପର  ସର୍ବେକ୍ଷଣ ଏବଂ ଆକଳନ କରି ସରକାରୀ ଅନୁମୋଦନ ପାଇଁ ଦାଖଲ କରିଥିଲେ।ଚିତ୍ରକୋଣ୍ଡାର ମୁଦୁଲିଗୁଡା ଠାରୁ ଅମାଲିବେଡା ପର୍ଯ୍ୟନ୍ତ ୩୨ କିଲୋମିଟର ରାସ୍ତା ନିର୍ମାଣ ପାଇଁ  ୩୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସଡକ ପ୍ରକଳ୍ପ ପୋଲୁର ଠାରୁ କୁରସାନପାଲ୍ଲୀ ପର୍ଯ୍ୟନ୍ତ ୧୧.୬ କିଲୋମିଟର ରାସ୍ତା ୯ କୋଟି ଟଙ୍କା ମୂଲ୍ୟରେ ନିର୍ମିତ ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ