ମାଲକାନଗିରି ଜିଲ୍ଲା ଆଇନସେବା ଦ୍ୱାରା ପ୍ରଥମ ଜାତୀୟସ୍ତରୀୟ ଲୋକ ଅଦାଲତ

ମାଲକାନଗିରି,(ମନୋଜ କୁମାର ସାହା): ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦେଶ କ୍ରମେ ଆଜି ମାଲକାନଗିରି ଜିଲ୍ଲାରେ ଜିଲ୍ଲା ଆଈନ ସେବା ପ୍ରାକରଣ, ତାଲୁକ ଆଈନ ସେବା ପ୍ରାଧିକରଣ ମୋଟୁ ଏବଂ ଯେଏମଏଫସି ମାଥିଲି ଓ କୁଡୁମୁଲୁଗୁମ୍ମା, ଗ୍ରାମ ନ୍ୟାୟଳୟ କୋରୁକୋଣ୍ଡା, ଦ୍ୱାରା ପ୍ରଥମ ଜାତୀୟ ସ୍ତରୀୟ ଲୋକ ଅଦାଲତ ମାଲକାନଗିରିର ସମସ୍ତ ବିଚାରଳୟରେ ଅନୁଷ୍ଠିତ ହୋଇ ଯାଇଅଛି। ଏହି ଲୋକ ଅଦାଲତରେ ଅନ୍ୟ ମାନଙ୍କ ମଧ୍ୟରେ ମାଲକାନଗିରି ଜିଲ୍ଲା ଜଜ ତଥା ଆଈନ ସେବା ପ୍ରାଧିକରଣର ଅଧକ୍ଷ୍ୟ ଡାଃ ପ୍ରସନ୍ନ କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲା ଜଜ ଶାନ୍ତନୁ କୁମାର ଦାସ, ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ ସତ୍ୟପ୍ରିୟ ଦାସ, ବରିଷ୍ଠ ଦେୱାନୀ ବିଚାରପତି ବିଜୟ କୁମାର ଦାସ, ଜିଲ୍ଲା ଆଈନ ସେବା ପ୍ରାକରଣ ସଚିବ ତଥା ବରିଷ୍ଠ ଦେୱାନୀ ବିଚାରପତି ସଂଗୀତା ପାତ୍ର, ଉପଖଣ୍ଡ ଦଣ୍ଡାକରି ପ୍ରତିମା ସାହୁ ଏବଂ ଗ୍ରାମ ନ୍ୟାୟକାରୀ ଦେବେନ୍ଦ୍ରନାଥ ବାଘ, ପ୍ରଥମ ଶ୍ରେଣୀ ଦଣ୍ଡାକରି, ମାଥ୍‌ଲି ପଦ୍ମଲାଭ ମାଝି, ପ୍ରଥମ ଶ୍ରେଣୀ ଦଣ୍ଡାକାରୀ ମୋଟୁ ପ୍ରବୀଣ କୁମାର ହୋତା ଓ ପ୍ରଥମ ଶ୍ରେଣୀ ଦଣ୍ଡାକାରୀ, କୁଡୁମୁଲୁ ଗୁମ୍ମା ବିମଲ ଲକ୍ଷ୍ମୀ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରକାର ମୋକଦମାର ଫଇସଲା କରିଥିଲେ। ଏହି ଜିଲ୍ଲାସ୍ତରୀୟ ଲୋକ ଅଦାଲତରେ ମୋଟ ୫୫୮୧ ଗୋଟି ମକଦମାର ଫଇସଲା କରାଯାଇ ୩୮,୧୭,୦୩୮/- ଟଙ୍କା ଧାର୍ଯ୍ୟ କରଯାଇଥିଲା। ଏହି ଲୋକ ଅଦାଲତ ରେ ଜିଲ୍ଲା କୋର୍ଟ, ଅତିରିକ୍ତ ଜିଲ୍ଲା ଜଜ କୋର୍ଟ, ସବ ଜଜ କୋର୍ଟ, ଏସଡ଼ିଜେଏମ କୋର୍ଟ, ଜିଲ୍ଲା ଆଈନ ସେବା ପ୍ରଧୀକରଣ, ମାଲକାନଗିରି ଓ ତାଲୁକ ଆଈନ ସେବା ସମିତି, ସହ ଅନ୍ୟ ସମସ୍ତ କୋର୍ଟ ଗୁଡିକର କର୍ମଚାରୀ ଓ ମାଲକାନଗିରି ଓ ମୋଟୁ ଓକିଲ ସଂଘର ସଭ୍ୟ ଗଣ ଉପସ୍ଥିତ ରହି ଅଦାଲତ କାର୍ଯ୍ୟରେ ସମ୍ପୂର୍ଣ ସହଯୋଗ କରିଥିଲେI

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ