ମାଲକାନଗିରି ଜିଲ୍ଲା ଆଇନସେବା ପ୍ରାଧିକରଣ ଦ୍ବାରା ଦ୍ଵିତୀୟ ଜାତୀୟସ୍ତରୀୟ ଲୋକ ଅଦାଲତ
ମାଲକାନଗିରି,(ଡଃ ଶିବ ନାରାୟଣ ପାତ୍ର): ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦେଶ କ୍ରମେ ଆଜି ମାଲକାନଗିରି ଜିଲ୍ଲା ଆଈନ ସେବା ପ୍ରାଧି କରଣ, ତାଲୁକ ଆଈନ ସେବା ପ୍ରାଧି କରଣ ମୋଟୁ ଏବଂ ଜେ.ଏମ.ଏଫ.ସି., ମାଥିଲି ଓ ଜେ.ଏମ. ଏଫ. ସି., କୁଡୁମୁଲୁଗୁମ୍ମା, ଗ୍ରାମ ନ୍ୟାୟାଳୟ, କୋରୁକୋଣ୍ଡା, ମାଲକାନଗିରି ଦ୍ବାରା ଦ୍ଵିତୀୟ ଜାତୀୟ ସ୍ତରୀୟ ଲୋକ ଅଦାଲତ ମାଲକାନଗିରିର ସମସ୍ତ ବିଚାରଳୟ ତଥା ମାଥିଲି, ମୋଟୁ, କୁଡୁମୁଲୁ ଗୁମ୍ମା ଠାରେ ମଧ୍ୟ ଅନୁଷ୍ଠିତ ହୋଇଯାଇଅଛି । ଏହି ଲୋକ ଅଦାଲତରେ ଅନ୍ୟ ମାନଙ୍କ ମଧ୍ୟରେ ମାଲକାନଗିରି ଜିଲ୍ଲା ଜଜ ତଥା ଆଈନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଡଃ. ପ୍ରସନ୍ନ କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲା ଜଜ ଶାନ୍ତନୁ କୁମାର ଦାସ, ବରିଷ୍ଠ ଦେୱାନୀ ବିଚାରପତି ବିଜୟ କୁମାର ଦାସ, ଜିଲ୍ଲା ଆଈନ ସେବା ପ୍ରାଧିକରଣ ସଚିବ ତଥା ବରିଷ୍ଠ ଦେୱାନୀ ବିଚାରପତି ସୁଶ୍ରୀ ସଂଗୀତା ପାତ୍ର, ଉପଖଣ୍ଡ ଦଣ୍ଡାକରି ଶ୍ରୀମତୀ ପ୍ରତିମା ସାହୁ ଏବଂ ଗ୍ରାମ ନ୍ୟାୟାଧିକାରୀ ଦେବେନ୍ଦ୍ରନାଥ ବାଘ, ପ୍ରଥମ ଶ୍ରେଣୀ ଦଣ୍ଡାଧିକାରି, ମାଥିଲି ପଦ୍ମଲାଭ ମାଝି, ପ୍ରଥମ ଶ୍ରେଣୀ ଦଣ୍ଡାଧିକାରୀ, କୁଡୁମୁଲୁଗୁମ୍ମା ଶ୍ରୀମତୀ ବିମଲ ଲକ୍ଷ୍ମୀ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରକାର ମୋକଦ୍ଦମାର ଫଇସଲା କରିଥିଲେ । ଏହି ଜିଲ୍ଲାସ୍ତରୀୟ ଲୋକ ଅଦାଲତରେ ମୋଟ ୪୧୬୭ ଗୋଟି ମୋକଦ୍ଦମାର ଫଇସଲା କରାଯାଇ ୩୫୧୮୩୨/- ଟଙ୍କା ଧାର୍ଯ୍ୟ କରାଯାଇଥିଲା । ଏହି ଲୋକ ଅଦାଲତରେ ଜିଲ୍ଲା କୋର୍ଟ, ଅତିରିକ୍ତ ଜିଲ୍ଲା ଜଜ କୋର୍ଟ, ସବ ଜଜ କୋର୍ଟ, ଏସଡ଼ିଜେଏମ କୋର୍ଟ, ମୋଟୁ ଜେଏମଏଫସି କୋର୍ଟ, ମାଥିଲି ଜେଏମଏଫସି କୋର୍ଟ, କୁଡୁମୁଳୁଗୁମ୍ମା ଜେଏମଏଫସି କୋର୍ଟ ଓ ଜିଲ୍ଲା ଆଈନ ସେବା ପ୍ରାଧିକରଣ, ମାଲକାନଗିରି ଓ ତାଲୁକ ଆଈନ ସେବା ସମିତି, ମୋଟୁ ର ସମସ୍ତ କର୍ମଚାରୀ ଓ ମାଲକାନଗିରି ଓ ମୋଟୁ ର ଓକିଲ ସଂଘର ସଭ୍ୟ ଗଣ ଉପସ୍ଥିତ ରହି ଅଦାଲତ କାର୍ଯ୍ୟରେ ସମ୍ପୂର୍ଣ ସହଯୋଗ କରିଥିଲେ I