ମାଲକାନଗିରି ଜିଲ୍ଲା ଟିପ୍ପର ମାଲିକ ଏବଂ କର୍ମଚାରୀଙ୍କ ଚକା ବନ୍ଦ ଡାକରା
ମାଲକାନଗିରି,(ମନୋଜ କୁମାର ସାହା): ମାଲକାନଗିରି ଜିଲ୍ଲା ଟିପ୍ପର ମାଲିକ ଓ ଟିପ୍ପର ଡ୍ରାଇଭରଙ୍କ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇ ଯୁଛି। ଏହି ବୈଠକରେ ଆସନ୍ତା ଏପ୍ରିଲ ୦୧ ତାରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ସମୟ ପର୍ଯ୍ୟନ୍ତ ଜିଲ୍ଲାରେ ଟିପ୍ପର ଚଳାଚଳ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ବିଭିନ୍ନ ସମୟରେ ଜିଲ୍ଲାର ମାଇନ୍ସ ବିଭାଗ, ତହସିଲ ବିଭାଗ ତଥା ପୋଲିସ ବିଭାଗ ପକ୍ଷରୁ ରାସ୍ତାରେ ଗାଡ଼ି ଯାଞ୍ଚ କରି ସଠିକ କାଗଜ ପତ୍ର ଥିବା ସତ୍ତ୍ୱେ ମଧ୍ୟ ଡ୍ରାଇଭର ମାନଙ୍କୁ ହାଇରାଣ ହରକତ କରୁଥିବା ସହ କେସ ଦାୟର କରୁଥିବା ତଥା ଲକ୍ଷ ଲକ୍ଷ ଟଙ୍କା ଫାଇନ ଆଦାୟ ଅଭିଯୋଗରେ ଜିଲ୍ଲାର ଟିପ୍ପର ଡ୍ରାଇଭର ଓ ମାଲିକ ମାନେ ଚକା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ବିଭିନ୍ନ ସରକାରୀ କାମରେ ଟିପ୍ପର ସାହଯ୍ୟରେ ବାଲି ଗୋଡି ମାଟି ଇଟା ଇତ୍ୟାଦି ପରିବହନ ହେଉଥିବା ବେଳେ ଯଦି ଆଗାମୀ ଦିନରେ ଟିପ୍ପର ଚଳାଚଳ ବନ୍ଦ ହୋଇଯାଏ, ତେବେ ଜିଲ୍ଲାରେ ସରକାରୀ ବେସରକାରୀ କାର୍ଯ୍ୟ ତଥା ଗୃହ ନିର୍ମାଣ ଆଦି କାର୍ଯ୍ୟରେ ବାଧା ସୃଷ୍ଟି ହେବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଏହି ବୈଠକରେ ସନ୍ତୋଷ କୁମାର ରାଉତ, ନବଘନ ଲୋକେଇ, ସୁରଜିତ ନନ୍ଦୀ, ମୁନା ପାତ୍ର, ପି. ରାମାରାଓ, ଜି. ଶ୍ୟାମ ସୁନ୍ଦର, ରାଜା ପାତ୍ର, ବାସୁଦେବ ରାଓ, ଗୋବିନ୍ଦ ଚନ୍ଦ୍ର ନାୟକ, ନିଶିକାନ୍ତ ପଣ୍ଡା, ଲଳିତ ସୋମନି ପ୍ରମୂଖଙ୍କ ସହ ଅନେକ ଟିପ୍ପର ମାଲିକ ଓ ଡ୍ରାଇଭର ମାନେ ଉପସ୍ଥିତ ଥିଲେ।


