ମାଲକାନଗିରି ଜିଲ୍ଲା ଡମ୍ ସମାଜର ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ଦାବି ପତ୍ର
ମାଲକାନଗିରି,(ମନୋଜ କୁମାର ସାହା):ମାଲକାନଗିରି ସହିଦ୍ ନରସିଂ ଡମ୍ ସମାଜ ତରଫରୁ ଦିଆଲୀ ପରବ ଭେଟ ଘାଟ ପରବ ଅନୁଷ୍ଠିତ ହୋଇ ଯାଇଛି। ଡମ୍ ସମାଜ ଜିଲ୍ଲା ସଭାପତି ବଳରାମ ଅନୁଗୁଲିଆଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମକୁ ବଡ଼ ଆଡ଼ମ୍ବର ସହିତ ପାଳନ କରାଯାଇଛି। ପ୍ରକୃତିକୁ ଉପାସନା କରିବା ଓ ତାହାର ରକ୍ଷଣା ବେକ୍ଷଣ କରିବା ଲକ୍ଷ୍ୟ ନେଇ ପ୍ରତବର୍ଷ ଏହି ସହିଦ ନରସିଂ ଡମ୍ ସମାଜ ଧର୍ମଦିଆଲି ପର୍ବ ପାଳନ କରିଥାଏ। ଡମ୍ ଜାତିର ସାମ୍ବିଧାନିକ ଅଧିକାର ଓ ହକ୍ ସାବ୍ୟସ୍ତ କରିବା ନିମନ୍ତେ ୫ ଦଫା ଦାବି ନେଇ ଗଣତାନ୍ତ୍ରିକ ପଦ୍ଧତିରେ ଉପସ୍ଥାପନ କରିବା ନିମନ୍ତେ ସମସ୍ତ ଭାଇ ଓ ଭଉଣୀ ମାନେ ପାରମ୍ପରିକ ବେଶ ଭୂଷାରେ ପ୍ରତ୍ୟକ୍ଷ ଭାବରେ ଉପସ୍ଥିତ ରହି ମାଲକାନଗିରି ବସ୍ ଷ୍ଟାଣ୍ଡ ଠାରୁ ଏକ ବିରାଟ ରାଲିରେ ହଜାର ହଜାର ଲୋକ ଆସୀ ମାଲକାନଗିରି ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ୫ଦଫା ଦାବି ପତ୍ର ପ୍ରଦାନ କରିଥିଲେ। ଚିଠୀ ନମ୍ବର ୧୮/୦୧/୨୦୧୭ ଭାରତ ସରକାରଙ୍କ ନିୟମାନୁଯାୟୀ ଆଦିବାସୀ ମାନ୍ୟତା ପ୍ରଦାନ ନିମନ୍ତେ ନୂତନ ମାର୍ଗଦର୍ଶିକା ଅନୁଯାୟୀ ମୂଳ ନିବାସୀ ଡମ୍ ମାନଙ୍କୁ ଆଦିବାସୀ ମାନ୍ୟତା ପ୍ରଦାନ କରାଯାଇ ଜିଲ୍ଲାର ୭ଟି ବ୍ଲକ, ଗୋଟିଏ ମ୍ୟୁନିସିପାଲଟି ଓ ଗୋଟିଏ ଏନ୍ ଏ ସି ରେ ବସବାସ କରୁଥିବା ଭୂମିହୀନ ମାନଙ୍କୁ ଓଡିଶା ଭୁ ସଂସ୍କାର ନିୟମାନୁଯାୟୀ ସ୍ଥାୟୀ ଭାବରେ ଥଇଥାନ କରାଯାଉ। ଜିଲ୍ଲାରେ ବସବାସ କରୁଥିବା ମୂଳନିବାସୀ ଶିକ୍ଷିତ ଡମ୍ ଯୁବକ ଯୁବତୀ ମାନଙ୍କୁ ଯୋଗ୍ୟତା ଅନୁଯାୟୀ ସ୍ଵତନ୍ତ୍ର ସଂରକ୍ଷଣ ପ୍ରଦାନ କରାଯାଉ।୨୦୦୬ ଜଙ୍ଗଲ ଜମି ନିୟମାନୁଯାୟୀ ମୂଳ ନିବାସୀ ଡମ୍ ମାନଙ୍କୁ ଗୋଷ୍ଠୀଗତ ଓ ବ୍ୟକ୍ତିଗତ ଅଧିକାର ନିମନ୍ତେ ପଟ୍ଟା ପ୍ରଦାନ କରାଯାଉ। ଧର୍ମ ନିର୍ବିଶେଷରେ ମୂଳ ନିବାସୀ ଡମ୍ ମାନଙ୍କୁ ଜଟି ଭିତ୍ତିକ ଗଣନା କରାଯାଉ। ଆଗାମୀ ପିଢ଼ି ନିମନ୍ତେ ଆର୍ଥିକ, ସାମାଜିକ , ଶିକ୍ଷା ଓ ରାଜନୈତିକ ସମାନତା ଅଧିକାର ନିମନ୍ତେ ବୈପ୍ଲବିକ ଅଭିଯାନରେ ଡମ୍ ସମାଜ ପ୍ରତି ଉତ୍ସଗିତ ମନୋଭାବରେ ସାମିଲ ହୋଇ ଦାବି ହାସଲ କରିବା ନିମନ୍ତେ ଆଜି ମାଲକାନଗିରି ଜିଲ୍ଲା ସହିଦ୍ ନରସିଂ ଡମ୍ ସମାଜ ଜିଲ୍ଲା ସ୍ତରୀୟ ଦିଆଲି ପରବ୍ ଭେଟଘାଟ ବହୁ ଆଡ଼ମ୍ବରରେ ଏହା ପାଳନ କରିଛି। ମାଲକାନଗିରି ସଦର ଡି ଏନ୍ କେ ପଡ଼ିଆରେ ସଭା କାର୍ଯ୍ୟ ସହ ଡମ୍ ସମାଜର ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଡମ୍ ବିର ମନଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଡମ୍ ସମାଜର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋଟପାଡର ରଞ୍ଜନ ମଇରିଆ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ମାନଙ୍କ ମଧ୍ୟରେ ତୁଳସୀରାମ ଦଳେଇ ଉପଦେଷ୍ଟା ସନ୍ତୋଷ ନାଗ, ରାଜେନ୍ଦ୍ର କୁଲଦୀପ,ପର୍ଶୁରାମ ଭକ୍ତ, ଡମ୍ବୁରୁ ବାଘ, ମଙ୍ଗଳା ପାଙ୍ଗି, କଣ୍ଟେଶ ପୋଟଲା, ଓ ବସନ୍ତ ନୟକ , ଭୂଷିତ ବିଡ଼ିକା ସମ୍ପାଦକ ରାଜେନ୍ଦ୍ର ହିଆଲାଙ୍କ ସମେତ ସହିଦ୍ ନରସିଂ ଡମ୍ ସମାଜର ବହୁ ବରିଷ୍ଟ କର୍ମକର୍ତ୍ତା ଉପସ୍ଥିତ ଥିଲେ।