ମାଲକାନଗିରି ଜିଲ୍ଳାର ୭ ଗ୍ରାମବାସୀଙ୍କ ଚେତାବନୀ ଗ୍ରାମକୁ ରାସ୍ତା ନାହିଁ ତ ଭୋଟ ନାହିଁ
ଦେଶ ସ୍ୱାଧିନ ହେବାର ୭୨ ବଷ ର୍ ବିତିଗଲାଣୀ । ତଥାପି ଗ୍ରାମକୁ ପହଞ୍ଚି ପାରିନାହିଁ ମୈାଳିକ ସୁବିଧା । ବାରମ୍ଭାର ନିର୍ବାଚନ ସମୟରେ ସାଧାରଣ ଜନତା ଙ୍କୁ ପ୍ରତିଶୃତି ପରେ ପ୍ରତିଶୃତି ଦେବାରେ ଲାଗିଛନ୍ତି । କିନ୍ତୁ ନେତା ମାନଙ୍କର ପ୍ରତିଶୃତି ପରେ ଯେମିତି ପାଣିର ଗାର ହୋଇରହିଛି । ସାଧାରଣ ଜନତାଙ୍କ ପାଇଁ ମୈାଳିକ ସୁୁବିଧା ଯେପରି ସାତ ସପନ ହୋଇରହିଛି । ଆସନ୍ତା ୨୦୧୯ ନିର୍ବାଚନ ପୂର୍ବରୁ ସାଧାରଣ ଲୋକ ପ୍ରଶାସନ ସହ ଫେରାଦ ହୋଇ ପ୍ରଶାସନକୁ ୧୦ ଦିନ ଭିତରେ ରାସ୍ତା ନିର୍ମାଣ କରିବା ପାଇଁ ଚେତାବନୀ ଦେଇଛନ୍ତି । ମାଲକାନଗିରି ସହର ଠାରୁ ମାତ୍ର ୨ କିଲୋମିଟର ଦୂର ଗୈାଡଗୁଡା ପଞ୍ଚାୟତ ଲୋକ ମାନଙ୍କର କଥା । ମାଲକାନଗିରି ସହର ଉପକଣ୍ଠରେ ଥିବା ଗୌଡଗୁଡା ନିର୍ମାଣଧିନ ରାସ୍ତାର କଥା । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଅଧପାନ୍ତର ଅବସ୍ଥାରେ ପଡିରହିଛି । ପ୍ରଶାସନିକ ଅଧିକାରୀ ମାନଙ୍କୁ ଗାଁ, ଭିତରକୁ ପ୍ରବେଶ କରାଇଦେବେ ନାର୍ହି ବୋଲି ୭ ଟି ଗ୍ରାମର ଜନସାଧାରଣ ଚେତାବନୀ ଦେଇଛନ୍ତି ।


