ମାଲକାନଗିରି ପଡିଆ ହାଇସ୍କୁଲରୁ ୧୦୮ ଓଏମଆର ସିଟ୍ ର ପତ୍ତା ମଳୁନି

ମ୍ୟାଟ୍ରିକ୍ ପରୀକ୍ଷାରେ ବଡ଼ ଧରଣର ବିଭ୍ରାଟ ହୋଇଛି। ଗଣିତ ପରୀକ୍ଷା ପରେ ଗାଏବ ହୋଇଯାଇଛି ଛାତ୍ରଛାତ୍ରୀଙ୍କ ଓଏମ୍ଆର୍ ସିଟ୍। ୧୦୮ଟି ଓଏମ୍ଆର୍ ସିଟ୍ ଗାଏବ ହୋଇଯାଇଥିବା ନେଇ ଖବର ଆସିଛି। ଏ ଖବର ଆସିଛି ମାଲକାନଗିରି ଜିଲ୍ଲାରୁ। ଜିଲ୍ଲାର ପଡ଼ିଆ ଏସ୍ଏସ୍ଡି ହାଇସ୍କୁଲ୍ରୁ ଛାତ୍ରଛାତ୍ରୀଙ୍କ ଓଏମ୍ଆର୍ ସିଟ୍ ଗାଏବ ହୋଇଯାଇଛି।ଗତକାଲି ଏହି ସ୍କୁଲ୍ରେ ୧୦୮ ଜଣ ଛାତ୍ରଛାତ୍ରୀ ଗଣିତ ପରୀକ୍ଷା ଦେଇଥିଲେ। ପରୀକ୍ଷା ପରେ ଓଏମ୍ଆର୍ ସିଟ୍ଗୁଡ଼ିକୁ ପ୍ରଧାନଶିକ୍ଷକଙ୍କ କାର‌୍ୟ୍ୟାଳୟରେ ରଖାଯାଇଥିଲା। ସେଠାରୁ ଓଏମ୍ଆର୍ ସିଟ୍ ଗୁଡ଼ିକ କୁଆଡ଼େ ଗଲା, ସେ ସଂପର୍କରେ କିଛି ଜଣାପଡ଼ୁନି। ଏ କଥା ଜଣାପଡ଼ିବା ପରେ ସ୍କୁଲ୍ କର୍ତ୍ତୃପକ୍ଷ ପଡ଼ିଆ ଥାନାରେ ଏତଲା ଦେଇଛନ୍ତି। ପରୀକ୍ଷା କେନ୍ଦ୍ରରୁ କିପରି ଓଏମ୍ଆର୍ ସିଟ୍ ଗାଏବ ହେଲା, ସେ ନେଇ ଖୋଳତାଡ଼ ଆରମ୍ଭ କରିଛି ପୁଲିସ୍। ପରୀକ୍ଷା ଦାୟିତ୍ୱରେ ଥିବା ଶିକ୍ଷକମାନଙ୍କୁ ପଚରାଉଚରା କରାଯାଉଛି।ଗତକାଲି ଗଣିତ ପରୀକ୍ଷା ହୋଇଥିଲା। ଗୋଟେ ଦିନ ଭିତରେ ଏତେ ବଡ଼ ବିଭ୍ରାଟ କିପରି ହେଲା, ସେ ନେଇ ଏବେ ଅଡ଼ୁଆରେ ପଡ଼ିଯାଇଛି ମାଧ୍ୟମିକ ଶିକ୍ଷା ପରିଷଦ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ