ମାଲକାନଗିରି ବଡ଼ ଠାକୁରଙ୍କ ଆଗମନ ନିମନ୍ତେ ବ୍ୟାପକ ପ୍ରସ୍ତୁତି

ମାଲକାନଗିରି,(ମନୋଜ କୁମାର ସାହା): ମାଲକାନଗିରି ଜିଲ୍ଲାର ଗଣ ପର୍ବ କୁହାଯାଉଥିବା ବଡଯାତ୍ରା ଓ ବଡ଼ ଠାକୁରଙ୍କ ଆଗମନ ପାଇଁ ଚଳ କଞ୍ଚଳ ହୋଇ ପଡିଛି ମାଲକାନଗିରି ଜିଲ୍ଲା। ଏହି ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଆସନ୍ତା ୩ ତାରିଖରେ ବଡ ଠାକୁର ପ୍ରଭୁ କାନମ ରାଜ, ବାଲା ରାଜ, ପୋତ ରାଜ ଓ ମା ମୁତିଆଲୁ ଆମ୍ମା ଆନ୍ଧ୍ର ସ୍ଥିତ ପୋଲୁର ଠାରେ ସ୍ନାନ କରି ମାଲକାନଗିରି ଅଭିମୁଖେ ଯାତ୍ରା ଆରମ୍ଭ କରିବେ। ଚଳିତ ମାସର ୧୧ ତାରିଖରେ ମାଲକାନଗିରି ସଦରମହକୁମା ସ୍ଥିତ ମାଉଲୀ ମାଆ ମନ୍ଦିର ଠାରେ ଏହି ଯାତ୍ରା ଉଦଯାପିତ ହେବ। ଏହି ଯାତ୍ରାରେ ଆନ୍ଧ୍ର, ତେଲେଙ୍ଗନା, ଛତିଶଗଡ ଓ ଓଡିଶାର ବିଭିନ୍ନ ସ୍ଥ୍ନରୁ ହଜାର ହଜାର ଭକ୍ତଙ୍କ ସମାଗମ ହୁଏ। ତେବେ ପ୍ରତି ଦୁଇ ବର୍ଷରେ ଥରେ ହେଉଥିବା ଏହି ଯାତ୍ରାରେ ଦେବା ଦେବୀଙ୍କ ସ୍ନାନ ପରେ ପୋଲୁର ଠାରେ ଥିବା ତାଡକାରେଉ କୁଣ୍ଡରେ ହଜାର ହଜାର ସଂଖ୍ୟକ ଭକ୍ତ ମଧ୍ୟ ସ୍ନାନ କରନ୍ତି। କୁହାଯାଏ ଏହି ସ୍ନାନ କଲେ କୋଟି ପୂଣ୍ୟ ଅର୍ଜନ ହୁଏ। ତେଣୁ ଆନ୍ଧ୍ର ସ୍ଥିତ ଏହି ତାଡକା ରେଉକୁ ଭକ୍ତଙ୍କ ସମାଗମ ପାଇଁ ଉଭୟ ଆନ୍ଧ୍ର ଓ ମାଲକାନଗିରି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ତା କରାଯାଉଛି। ପୂର୍ବରୁ ଲୋକେ ଏହି ସ୍ଥାନକୁ ଯିବାକୁ ହେଲେ ପୋଲୁର ଦେଇ ବୋହି ଯାଇଥିବା ନଦୀରେ ଡଙ୍ଗା ମାଧ୍ୟମରେ ଯାତାୟତ କରୁଥିଲେ। ତେବେ ବିଗତ ପୂଜା ଠାରୁ ପ୍ରଶାସନ ପକ୍ଷରୁ ସେଠାରେ ଭାସମାନ ପୋଲର ବ୍ୟବସ୍ତା କରାଯାଇଛି। ଏହାପରେ ଠାକୁରଙ୍କୁ ବିମାନ ଯୋଗେ ଆଣି ମାନ୍ଯମକୋଣ୍ଡାରୁ ପ୍ରଥମ ଭୋଗ ଲାଗି ହେବା ପରେ ମାର୍ଚ୍ଚ ୮ ତାରିଖ ଶନିବାର ପ୍ରାତଃ ସମୟରେ ଠାକୁରମାନେ ମାଲକାନଗିରି ସଦରମହକୁମା ସ୍ଥିତ କନ୍ଯାମାଝି ବନ୍ଧ ଠାରେ ପ୍ରବେଶ କରିବେ। ଏହି ଯାତ୍ରାରେ ମାଲକାନଗିରିର ଗାଁ ଗହଳି ଦେବୀମାନେ ଏକତ୍ରୀତ ହେବେ। ଠାକୁର ଓ ଦେବୀମାନଙ୍କ ମହାମିଳନ ଘଟିବ ମାଲକାନଗିରିରେ ହଜାର ହଜାର ଲୋକମାନ ସମାବେଶ ହୋଇ ବଡଯାତ୍ରାକୁ ଉପଭୋଗ କରିଥାନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ