ମାଲକାନଗିରି ସୀମାନ୍ତରେ ମାଓବାଦୀଙ୍କ ବର୍ବରକାଣ୍ଡ
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତରେ କିଛି ଦିନର ନିରବତା ପରେ ପୁଣୀ ଥରେ ମାଓବାଦୀ ମାନେ ଏକ ବର୍ବରକାଣ୍ଡ ଘଟାଇଛନ୍ତି । ଆନ୍ଦ୍ର ପ୍ରଦେଶ ବିଶାଖାପାଟଣା ଜିଲ୍ଲାର ଗୁଡେମ୍ ଥାନା ଅନ୍ତର୍ଗତ କୁମକୁମପୋଡା ଗ୍ରାମର ଲମ୍ବାୟା ପିଲାଲୁ ନାମକ ଜଣେ ଯୁବକଙ୍କୁ ମାଓବାଦୀ ୩ ରାଉଣ୍ଡ ଗୁଳି କରି ହତ୍ୟା କରିଛନ୍ତି । ମିଳିଥିବା ଖବର ଅନୁଯାୟୀ ମଙ୍ଗଳବାର ବିଳମ୍ବିତ ରାତିରେ ପ୍ରାୟ ୧୫ ରୁ ୨୦ ମାଓବାଦୀ ଗାଁରେ ପହଞ୍ଚି ଗାଁ ଦାଣ୍ଡରେ ଲମ୍ବାୟାଙ୍କୁ ଗୁଳି କରି ହତ୍ୟା କରିଥିଲେ । ହତ୍ୟା ପରେ ମାଓବାଦୀ ମାନେ ଘଟଣା ସ୍ଥଳରେ ହାତ ଲେଖା ଚିଠି ରହିଛି । ସୂଚନାଥାଉକି ଲମ୍ବାୟା ଆନ୍ଦ୍ରଓଡିଶା ବୋର୍ଡରର ମାଓବାଦୀ ଭାବେ କାର୍ଯ୍ୟକରୁଥିଲେ । ମାତ୍ର ୨୦୧୨ ମସିହାରେ ସେ ସଂଗଠନ ଛାଡି ପୋଲିସକୁ ଖବର ଦେଉଥିଲେ ।ତେଣୁ ତାଙ୍କୁ ମୃତ୍ୟୁ ଭଳି ଦଣ୍ଡ ମାଓବାଦୀ ମାନେ ଦେଇଛନ୍ତି ବୋଲି ଜଣାପଡିଛି ।