ମା’ଲକ୍ଷ୍ମୀଙ୍କୁ ପ୍ରସନ୍ନ ରଖିବା ପାଇଁ ଦୀପାବଳୀରେ କରନ୍ତୁ ପୂଜାର୍ଚ୍ଚନା
ଦୀପାବଳୀ ପର୍ବକୁ ଆଉ ଅଳ୍ପ ଦିନ ବାକି ରହିଛି । ଏହି ପର୍ବର ପୂର୍ବ ପ୍ରସ୍ତୁତି ବହୁ ଦିନ ପୂର୍ବରୁ ଆରମ୍ଭ ହୋଇଥାଏ । ମାନ୍ୟତା ଅନୁଯାୟୀ, ଦୀପାବଳୀ ଦିନ ଦୀପର ଆଲୋକରେ ମା’ଲକ୍ଷ୍ମୀ ଗୃହରେ ପ୍ରବେଶ କରିଥାଆନ୍ତି । ଯାହାଙ୍କ ଉପରେ ମା’ଅଧିକ ପ୍ରସନ୍ନ ହୁଅନ୍ତି, ତାଙ୍କ ଉପରେ ମା’ଙ୍କ କୃପା ରହିଥାଏ । ଦୀପାବଳୀ ଦିନରେ ମା’ଙ୍କୁ ପ୍ରସନ୍ନ କରିବାର କିଛି ଉପାୟ ବିଷୟରେ ଜାଣନ୍ତୁ । ଏହା ସହ ଏହି ଦିନ ପ୍ରଭୁ ଗଣେଶ, ଭଗବାନ ବିଷ୍ଣୁ ଓ କୁବେରଙ୍କ ପୂଜା ମଧ୍ୟ କରନ୍ତୁ ।
ମା’ଲକ୍ଷ୍ମୀଙ୍କ ପୂଜାରେ ଲାଲ ରଙ୍ଗ ସୂତା, ରୋଲୀ, ସିନ୍ଦୂର, ଗୋଟିଏ ନଡ଼ିଆ, ଅକ୍ଷତ, ଲାଲ ବସ୍ତ୍ର, ଫୁଲ, ୫ଟି ଗୁଆ, ଲବଙ୍ଗ, ପାନପତ୍ର, ଘିଅ, କଳସ, ଆମ୍ବ ପତ୍ର, ହୋମ ପାଇଁ ସମସ୍ତ ଉପକରଣ, ପଦ୍ମ ଫୁଲ, ପଞ୍ଚାମୃତ, ଫଳ, ବତାଶେ (ଏକ ପ୍ରକାର ମିଠା ), ମିଠା , ଆସନ, ହଳଦୀ, ଅଗରବତୀ, ଚକି, ତୁଳା ବତୀ, ଆଳତୀ ଥାଳି, ଶ୍ରୀଖଣ୍ଡ ଚନ୍ଦନ, ଆଦି ରଖନ୍ତୁ ।
ମା’ଙ୍କ ପୂଜା ଆରମ୍ଭ କରିବା ପୂର୍ବରୁ ଚକିକୁ ଭଲ ଭାବେ ଧୋଇ ଏହା ଉପରେ ରଙ୍ଗବେରଙ୍ଗର ଚିତା ପକାନ୍ତୁ । ଚକିର ଚାରି ପାଖରେ ଦୀପ ଲଗାନ୍ତୁ । ଯେଉଁ ସ୍ଥାନରେ ମା’ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କ ପ୍ରତିମା ସ୍ଥାପନ କରିବେ ସେଠାରେ କିଛି ଚାଉଳ ନିଶ୍ଚୟ ରଖନ୍ତୁ । ଭଗବାନଙ୍କ ବିଷ୍ଣୁଙ୍କ ପ୍ରତିମା ମଧ୍ୟ ନିଶ୍ଚୟ ସ୍ଥାପନ କରନ୍ତୁ ।
ଫୁଲ, ଫଳ, ଗୁଆ, ପାନ, ଚାନ୍ଦିର ଟଙ୍କା, ନଡ଼ିଆ, ମିଠା, ଖୁଆ, ଆଦି ସମସ୍ତ ସାମଗ୍ରୀକୁ ନେଇ ସଂକଳ୍ପ କରନ୍ତୁ । ମା’ଙ୍କ ପୂଜା ପୂର୍ବରୁ ପ୍ରଭୁ ଗଣେଶଙ୍କୁ ପୂଜା କରନ୍ତୁ । କଳସ ସ୍ଥାପନ କରନ୍ତୁ । ମା’ଲକ୍ଷ୍ମୀଙ୍କୁ ଏହିଦିନ ଲାଲ ରଙ୍ଗର ବସ୍ତ୍ର ପିନ୍ଧାନ୍ତୁ । ଏହାପରେ ମା’ଙ୍କ ସହ ସମସ୍ତ ଦେବାଦେବୀଙ୍କୁ ପୂଜା କରନ୍ତୁ ।
ଆସନ ପକାଇ ପୂଜାସ୍ଥାନରେ ବସନ୍ତୁ । ଏହା ସହ ମା’ଲକ୍ଷ୍ମୀଙ୍କ ମନ୍ତ୍ର ଜପ କରନ୍ତୁ । ପୂଜା ଶେଷ ହେବା ପରେ ପୁଷ୍ପାଞ୍ଜଳି ଅର୍ପଣ କରି ମା’ଙ୍କ ଆଶୀର୍ବାଦ କାମନା କରନ୍ତୁ ।


