ମା’ଲକ୍ଷ୍ମୀଙ୍କ ନାମରେ ଜାପାନୀ ସହର
ଜାପାନର ରାଜଧାନୀ ଟୋକିଓ ନିକଟସ୍ଥ ଏକ ଛୋଟ ସହର ହେଉଛି କିଚିଜୋଜି । ଜାପାନୀ ଭାଷାରେ କିଜିଜୋଜିର ଅର୍ଥ ହେଉଛି ମା’ଲକ୍ଷ୍ମୀ । ସ୍ଥାନୀୟ ଅଞ୍ଚଳର ଲୋକ ଏ ବାବଦରେ ପର୍ଯ୍ୟଟକଙ୍କୁ ଅବଗତ କରାଇଥାନ୍ତି । ନିକଟରେ ଜାପାନର ଜନୈକ ଗବେଷକ ବେଙ୍ଗାଲୁରୁରେ ଆୟୋଜିତ ଏକ ସମ୍ମିଳନୀରେ ଯୋଗ ଦେବା ପାଇଁ ଆସିଥିବା ବେଳେ ଏଇ ଜାପାନୀ ସହରର ନାମ ସମ୍ପର୍କିତ ସମସ୍ତ ତଥ୍ୟ ଦେଇଥିଲେ । ଜାପାନରେ ଏଭଳି ସଂଖ୍ୟାଧିକ ମନ୍ଦିର ଅଛି, ଯେଉଁଗୁଡ଼ିକ ହିନ୍ଦୁ ଦେବାଦେବୀଙ୍କୁ ସମର୍ପିତ ବୋଲି ସେଠାକାର ଲୋକ ପ୍ରକାଶ କରିଛନ୍ତି । ଗବେଷକଙ୍କ କହିବାନୁସାରେ ଜାପାନର ପ୍ରାଚୀନ ଭାଷା ମଧ୍ୟ ସଂସ୍କୃତରୁ ଉଦ୍ଧୃତ । ଏହା ସହ ଜାପାନର ପ୍ରାୟ ୫୦୦ ଶବ୍ଦ ସଂସ୍କୃତ ଓ ତାମିଲ ଭାଷାର ମିଳନରୁ ଉତ୍ପତ୍ତି ହୋଇଥିବାର ଜଣାପଡ଼ିଛି । ଭାରତୀୟ ପରମ୍ପରା, ପୂଜାକୁ ଜାପାନୀମାନେ ଖୁବ୍ ସମ୍ମାନ ଦେଇଥାନ୍ତି ।