ମା’ଲକ୍ଷ୍ମୀଙ୍କ ପାଇଁ ଚାନ୍ଦିରୂପା ଅଳଙ୍କାର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହରର ସାନ୍ତସାହିସ୍ଥିତ ପୃଷ୍ଟି ଜୁଏଲାରୀରେ କେନ୍ଦ୍ରାପଡାର ମା’ ଗଜଲକ୍ଷ୍ମୀଙ୍କ ମେଢ ଗୁଡିକ ନିମନ୍ତେ ନିର୍ମାଣ ହୋଇଛି ଚାନ୍ଦି ରୂପାର ବିଭିନ୍ନ ଅଳଙ୍କାର ଓ ସାମଗ୍ରୀମାନ । ପୂର୍ବରୁ କେନ୍ଦ୍ରାପଡାର ମା’ ଲକ୍ଷ୍ମୀଙ୍କ ମେଢ କମିଟି ଗୁଡିକ କଟକ ସହରର ବିଭିନ୍ନ ଜୁଏଲାରୀରେ ଏହିସବୁ ଅଳଙ୍କାର ଓ ସାମଗ୍ରୀମାନ ଅର୍ଡର ଦେଇ ନିର୍ମାଣ କରାଉଥିଲେ । କିନ୍ତୁ ଗତ ୨୦୦୪ମସିହା ଠାରୁ ଏହିସବୁ ଅଳଙ୍କାର ଓ ସାମଗ୍ରୀ ମାନ କେନ୍ଦ୍ରାପଡା ସହରର ସାନ୍ତସାହିସ୍ଥିତ ପୃଷ୍ଟି ଜୁଏଲାରୀରେ ନିର୍ମାଣ କରାଯାଉଥିବା କୁହନ୍ତି ପୃଷ୍ଟି ଜୁଏଲାରୀର ମାଲିକ ରଞ୍ଜନ କୁମାର ପୃଷ୍ଟି । ଚଳିତ ଗଜଲକ୍ଷ୍ମୀ ପୂଜା ପୂର୍ବରୁ ସହରର ଇଛାପୁର ସମେତ ବିଭିନ୍ନ ଦୁର୍ଗା ମେଢ ନିମନ୍ତେ ମଧ୍ୟ ସେ ଚାନ୍ଦିରୂପାର ଅଳଙ୍କାର ଓ ମେଢରେ ଆବଶ୍ୟକ ସାମଗ୍ରୀମାନ ନିର୍ମାଣ କରି ଯୋଗାଇ ଦେଇଥିବା କହିଛନ୍ତି ଶ୍ରୀ ପୃଷ୍ଟି । ଚଳିତବର୍ଷ କେନ୍ଦ୍ରାପଡା ସହରର ଗଜଲକ୍ଷ୍ମୀପୂଜା ନିମନ୍ତେ ସେ ପ୍ରସ୍ତୁତ କରିଥିବା ଚାନ୍ଦିର ଅଳଙ୍କାର ଓ ସାମଗ୍ରୀ ଗୁଡିକ ମଧ୍ୟରେ ୩ଟି ମକଟ, ୩ଟି ଭଣ୍ଡାର, ୩ଟି କିରଣ, ହାତିପିଠି ୩ଟି, ବାଜୁ ୬ଟା, ପଦ୍ମକଢି ୪ଟା, ଲମ୍ବାହାର ୬ଟା ଏବଂ କିରଟି ଗୋଟିଏ ଏଭଳି ୪୫ କିଲୋ ଓଜନର ଚାନ୍ଦିରୂପା ଅଳଙ୍କାର ଓ ସାମଗ୍ରୀମାନ ନିର୍ମାଣ କରି ସହରର ବିଭିନ୍ନ ମେଢକୁ ଯୋଗାଇ ଦେଇଥିବା କୁହନ୍ତି ଶ୍ରୀ ପୃଷ୍ଟି । ଏଦିଗରେ ତାଙ୍କୁ ସହଯୋଗ ମିଳିଲେ ଆଗକୁ ଆହୁରି ଅଧିକ ରୂପା ଏବଂ ସୁର୍ଣ୍ଣ ଅଳଙ୍କାର ଏବଂ ସାମଗ୍ରୀମାନ ନିର୍ମାଣ କରି ଯୋଗାଇ ଦେଇପାରିବେ ବୋଲି କହିଛନ୍ତି ଶ୍ରୀ ପୃଷ୍ଟି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ