ମା’ଲକ୍ଷ୍ମୀ ମନ୍ଦିରର ୧୪ତମ ପ୍ରତିଷ୍ଠା ଦିବସ ପାଳନ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରି ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିିର ବେଢା ପରିସରରେ ଜିଲ୍ଲା କୈବର୍ତ୍ତ ସମାଜ ପକ୍ଷରୁ ନିର୍ମିତ ମା’ଲକ୍ଷ୍ମୀ ମନ୍ଦିରର ୧୪ତମ ପ୍ରାଣ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । କୈବର୍ତ୍ତ ସମାଜର ମାହଲ ପଣ୍ଡା ନୃସିଂହ ପ୍ରସାଦ ପତ୍ରୀଙ୍କ ପରିଚାଳନାରେ ମା’ଙ୍କ ଷୋଡଶ ଉପଚାର ପୂଜାର୍ଚ୍ଚନା ରୀତିନୀତି ସହିତ କରାଯିବା ସହ ହୋମଯଜ୍ଞ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଏ ଅବସରରେ ଜିଲ୍ଲା କୈବର୍ତ୍ତ ସମାଜର ନେତୃସ୍ଥାନୀୟ କୁଳମଣୀ ବେହେରା, ସୁରେନ୍ଦ୍ର ବେହେରା, ବିଜୟ ବେହେରା, ଦିଲ୍ଲିପ ମହାପାତ୍ର, ଦିବାକର ବେହେରା, ଫକିର ବେହେରା, ସଚ୍ଚିଦାନନ୍ଦ ବେହେରା, ଗୈାରାଙ୍ଗ ବେହେରା, ସତ୍ୟାନନ୍ଦ ବେହେରା, ଭାରତୀ ଦଳାଇ, ଶ୍ରୀଧର ବେହେରା, କୈଳାସ ବେହେରା, ମହେଶ୍ୱର ବେହେରାଙ୍କ ସମେତ ଜିଲ୍ଲାର ଶତାଧିକ କୈବର୍ତ୍ତ ସମାଜର କର୍ମକର୍ତ୍ତାମାନେ ଉପସ୍ଥିତ ରହି ପୂଜାର୍ଚ୍ଚନାରେ ଭାଗ ନେବା ସହ କୈବର୍ତ୍ତ ସମାଜର ସାଂଗଠନିକ ସମସ୍ୟା ଉପରେ ଆଲୋଚନା କରିଥିଲେ ।


