ମାଲଦ୍ବୀପରେ ଛୁଟି ମନାଇଲେ ବିପାଶା ଓ କରନ୍

ନୂଆଦିଲ୍ଲୀ : ବଲିଉଡ୍‌ର ରୋମାଣ୍ଟିକ୍‌ କପଲ୍‌ ବିପାଶା ବସୁ ଓ କରନ୍‌ ସିଂ ଗ୍ରୋଭର୍‌ ଏବେ ମାଲଦ୍ବୀପରେ ଛୁଟି ମନାଉଛନ୍ତି। ରବିବାର କରନ୍‌ଙ୍କ ଜନ୍ମଦିନ ଅବସରରେ ଏହି ଦୁଇ ସେଲିବ୍ରିଟି ସେଲିବ୍ରେଟ୍‌ କରୁଥିବାର ନଜର ଆସିଥିଲେ। ଇନଷ୍ଟାଗ୍ରାମ୍‌ରେ ବିପାଶା ସ୍ବାମୀଙ୍କ ଛୁଟି ମନାଉଥିବାର ଫଟୋ ସେୟାର କରିଛନ୍ତି । ଫଟୋରେ ଦୁହେଁ ସୁମିଂ ପୁଲ୍‌ରେ ମସ୍ତି କରୁଥିବାର ନଜର ଆସିଛନ୍ତି । ଏହି ଅବସରରେ ଦୁହେଁ ରୋମାଣ୍ଟିକ୍‌ ପୋଜ୍‌ ଦେଉଥିବାର ନଜର ଆସିଥିଲେ। ଏକ ଫଟୋରେ ଦୁହେଁ ଦୁହିଁଙ୍କୁ ଲିପ୍‌ କିସ୍‌ କରୁଥିବାବେଳେ ଏହି ଫଟୋଟି ବେଶ୍‌ ଭାଇରାଲ୍‌ ହୋଇଛି ।
ସୁଇମିଂ ପୁଲ୍‌ରେ ବ୍ଲାକ୍‌ ବିକିନୀ ସହିତ ସନ୍‌ଗ୍ଲାସ୍‌ରେ ବିପାଶା ବେଶ୍‌ ଷ୍ଟନିଂ ଅବତାରରେ ନଜର ଆସିଥିବାବେଳେ କରନ୍‌ ବିନା ସାର୍ଟରେ ନଜର ଆସିଥିଲେ । ସୁଇମ୍‌ ପୁଲ୍‌ରେ ଫ୍ଲୋଟିଂ ଅବସରରେ ଦୁହେଁ ବ୍ରେକ୍‌ଫାଷ୍ଟ ମଧ୍ୟ କରିଥିଲେ । ଏହି ଯୋଡି ଇନ୍‌ଷ୍ଟା ଷ୍ଟୋରୀରେ ଫ୍ଲୋଟିଂ ବ୍ରେକ୍‌ଫାଷ୍ଟ କରୁଥିବାର ଏକ ଭିଡିଓ ସେୟାର କରିଛନ୍ତି । ବିପ୍ସ ଓ କରନ୍‌ଙ୍କ ସିଜିଲିଂ କେମେଷ୍ଟ୍ରି ତାଙ୍କ ପ୍ରଶଂସକଙ୍କୁ ବେଶ୍‌ ପସନ୍ଦ ଆସିଛି । ସୂଚନାଯୋଗ୍ୟ, କରନ୍‌ ସିଂହ ଗ୍ରୋଭର୍‌ ୨୦୧୬ ମସିହାରେ ବିପାଶାଙ୍କୁ ବିବାହ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ