ମାଲପଡାରେ ପଞ୍ଚବାର୍ଷିକ ମଣ୍ଡେଇ ଯାତ୍ରା
କଳାହାଣ୍ଡି (ଯୁଗାବ୍ଦ ନ୍ୟୁଜ) କଳାହାଣ୍ଡି ଜିଳ୍ଳାରେ ଆଦିବାସି ସଂପ୍ରଦାୟ ମାନଙ୍କ ଜିବନଧାରା ରେ ଦେବାଦେବି ଙ୍କ ଏକ ପ୍ରମୁଖ ସ୍ଥାନ ରହିଛି। ପରମ୍ପରା ଓ ଚଳଣି କୁ ନେଇ ଚଳୁଥିବା ଆଦିବାସୀ ବହୁଳ କୋକସରା ବ୍ଳକ ମହିମା ପଞ୍ଚାୟତ ମାଲପଡା ଠାରେ ମାଁ ପେଣ୍ଡ୍ରାଣି ଦେବିପିଠରେ ପଞ୍ଚବାର୍ଷିକ ମଣ୍ଡେଇ ଯାତ୍ରା ଦୁଇଦିନଧରି ମହାସମାରୋହ ରେ ଅନୁଷ୍ଟିତ ହୋଇଯାଇଛି। ନବରଙ୍ଗପୁର ଜିଳ୍ଳା ଥାଟବେଡାରୁ ମାଁ ପେଣ୍ଡ୍ରାଣିଙ୍କ ମୁଖ୍ୟପିଠରୁ ଳାଠି ବିମାନ ଆଣି ସ୍ଥାପନା କରିବାପରେ ନବନିର୍ମିତ ମାଁଙ୍କ ମନ୍ଦିର ପ୍ରତିଷ୍ଠା ସହ ବିଧି ମୁତାବକ ପୁଝାରୀ ପୁଜାପାଠ କରିଥିଲେ। ବିଭିନ୍ନ ଗ୍ରାମରୁ ଦେବାଦେବି ଙ୍କ ଲାଠି କୁର୍ସି ଆସି ଗ୍ରାମ ପରିକ୍ରମା କରିବା ସହ କଳାହାଣ୍ଡି ସମେତ ନବରଙ୍ଗପୁର ପଡୋଶି ଛତିଶଗଡ ରାଜ୍ୟରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଲୁ ମାନେ ମାଁ ନିକଟରେ ଆଶ୍ରିବାଦ ଭିକ୍ଷା କରିବା ସହ ମାନସିକଧାରୀ ମାନେ ଶହଶହ ସଂଖ୍ୟାରେ ପଶୁପକ୍ଷି ବଳି ଦେଇଥିଲେ।ମାଳପଡା ଗ୍ରାମବାସି ମାନେ ଶ୍ରଦ୍ଧାର ସହ ସମସ୍ତ ରିତିନିତି ତୁଳାଇଥିଲେ।