ମାଲବାହୀ ଗାଡ଼ି ଧକ୍କାରେ କାର୍ଯ୍ୟରତ ଶ୍ରମିକର ଗୋଡ଼ କଟିଲା

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ସହର ସନ୍ନିକଟ ଚମ୍ପାଉଦା ଗାଁ ନିକଟ ଦେଇ ଯାଇଥିବା ଟାଟା-ବାଦାମପାହାଡ ରେଳପଥରେ ଏକ ମାଲବାହୀ ଟ୍ରେନ ଧକ୍କାରେ କାର୍ଯ୍ୟରତ ରେଳ ଶ୍ରମିକର ବାମ ଗୋଡ କଟି ଯାଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ ବିଶୋଇ ଥାନା ଅନ୍ତର୍ଗତ ବୁଢିଖମାରି ଗାଁର ଚନ୍ଦନ ବିନ୍ଧାଣି ରେଳପଥ ନିର୍ମାଣରେ କାର୍ଯ୍ୟରତ ଶ୍ରମିକ ଥିଲେ ।ସେ ରାତି ୯ଟା ସମୟରେ ରେଳଧାରଣାରେ ବସିଥିଲେ । ହଠାତ୍ ଏକ ମାଲବାହୀ ଗାଡି ଆସିଯିବାରୁ ହଠାତ୍ ଚାଲିଯିବାକୁ ଉଦ୍ୟମ କରୁଥିବା ସମୟରେ ଝୁଣ୍ଟି ପଡିଥିଲେ । ମାଲବାହୀ ଗାଡ଼ିଟି ତାଙ୍କ ବାମ ଗୋଡ ଉପରୃ ଚଢି ଯାଇଥିଲା ଯାହାଫଳରେ ବାମଗୋଡଟି କଟି ଯାଇଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ