ମାଲେସିଆରେ ଫସି ରହିଛନ୍ତି ୫ ଶ୍ରମିକ
ନୟାଗଡ଼-(ଯୁଗାବ୍ଦ ନ୍ୟୁଜ) କାମ ଅନୁସନ୍ଧାନରେ ମାଲେସିଆ ଯାଇ ଫସିରହିଛନ୍ତି ନୟାଗଡ଼ ଜିଲ୍ଲାର ୫ ଶ୍ରମିକ ।ସେମାନେ ହେଲେ ରଣପୁର ଥାନା ଅନ୍ତର୍ଗତ ଲଢୁକେଶର ପ୍ରସାଦ ଗାଁର ଲକ୍ଷ୍ମୀଧର ପ୍ରଧାନ, ଅରୁଣ ପ୍ରଧାନ ,କୁଶ ବେହେରା,ଆଲୋକ ବେହେରା ଓ ଡ଼ମ୍ବୁଧର ସ୍ୱାଇଁ ଏମାନେ ସମସ୍ତେ ରବିନ୍ଦ୍ର ପାଢୀ ନାମକ ଜଣେ ଏଜେଣ୍ଟ ସହାୟତାରେ ଏକମାସ ପୂର୍ବେ ମାଲେସିଆର ରାଜଧାନୀ କ୍ୱାଲାଲାମ୍ପୁର କୁ ଯାଇଥିଲେ । ଅଧିକା ଟଙ୍କା ଉର୍ପାଜନା କରିବା ଆଶା ରେ ଯାଇଥିବା ଯୁବକ ମାନଙ୍କ ଠାରୁ ଏଜେଣ୍ଟ ରବୀନ୍ଦ୍ର ପାଢ଼ୀ ଜଣେ ଶ୍ରମିକ ଙ୍କ ପିଛା ୬୦ ହଜାରେ ଟଙ୍କା ଅଗ୍ରୀମ ଆକାରରେ ନେଇଥିଲେ । ଶରଣକୁଳ ଥାନା ରେ ଅଭିିଯୋଗ କରିଛନ୍ତି ପରିବାର ଲୋକେ । ସୂଚନା ଅନୁସାରେ ଏଜେଣ୍ଟ ରବୀନ୍ଦ୍ର ଲଢୁକେଶର ପ୍ରସାଦ ଗାଁକୁ ଆସି୫ ଜଣ ଶ୍ରମିକ ଙ୍କୁ ମାଲେସିଆ ର କ୍ୱାଲାଲାମ୍ପୁର ଥିବା ଏକ ମଲରେ କାମ କରିବା ପାଇଁ କହି ସେମାନଙ୍କୁ ପଠାଇଥିଲା କିନ୍ତୁ ସେଠାରେ ଶ୍ରମିକ ମାନେ ପହଞ୍ଚିବା ପରେ ସପିଙ୍ଗମଲ ବଦଳରେ ଏକ କମ୍ପାନୀରେ କାମ କରିବା ପାଇଁ କୁହାଯାଇଥିଲା , ସେମାନେ କମ୍ପାନୀରେ କାମ କରିବାକୁ ରାଜି ନ ହେବାରୁ ସେମାନଙ୍କୁ ସେଠାରେ ଖାଇବାକୁ ନଦେଇ ମାଡ଼ ମାରିବା ସହ ଖାଇବାକୁ ଦିଆଯାଇ ନଥିଲା ପରେ ଶ୍ରମିକ ମାନେ ଫୋନ କରି ଏ ସବୁ କଥା ପରିବାର ଲୋକ ମାନଙ୍କୁ ଜଣାଇଥିଲେ ।