ମାଲ୍ୟବନ୍ତ ମହୋତ୍ସବ ପଲ୍ଲିଶ୍ରୀ ମେଳାରେ ୩ କୋଟି ୭୫ ଲକ୍ଷ ୮୦ ହଜାର ଟଙ୍କାର ବେପାର
ମାଲକାନଗିରି,(ଡଃ ଶିବ ନାରାୟଣ ପାତ୍ର):ମାଲକାନଗିରି ଜିଲ୍ଲାରେ ଗତ ୫ଦିନ ଧରି ଚାଲିଥିବା ମାଲ୍ୟବନ୍ତ ମହୋତ୍ସବ ରେ ପଲ୍ଲିଶ୍ରୀ ମେଳା ମଙ୍ଗଳବାର ରାତ୍ରରେ ଉଦଯାପିତ ହୋଇ ଯାଇଛି । ପଲ୍ଲୀଶ୍ରୀ ମେଳାରେ ପୂର୍ବ ବର୍ଷ ତୁଳନାରେ ଚଳିତବର୍ଷ ୩ କୋଟ ୭୫ଲକ୍ଷ ୮୦ହାଜର ୮୨୯ ଟଙ୍କାରୁ ଊର୍ଦ୍ଧ୍ବ ବ୍ୟବସାୟ ହୋଇ ରେକର୍ଡ ଭଙ୍ଗ କରିଛି I ପଲ୍ଲିଶ୍ରୀ ମେଳାରେ ପଡିଥିବା ୨୧୩ଟି ଷ୍ଟଲରେ ବ୍ୟବସାୟୀ ଓ ଓରମାସ, ଏସଏଚଜି ଗ୍ରୁପର ମହିଳା ଙ୍କ ବିଭିନ୍ନ ସାମଗ୍ରୀ ଭଲ ବେପାର ହୋଇଥିଲା । ବିଶେଷ କରି ପଲିଶ୍ରୀ ମେଳାରେ ବରଗଡର ମା’ଲକ୍ଷ୍ମୀ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଷ୍ଟଲ ରେ ୧୪ ଲକ୍ଷ ୨ ହଜାର ଟଙ୍କାର କେବଳ ସମ୍ବଲପୁରୀ ଶାଢୀ ବିକ୍ରୀ ହୋଇ ଗତ ବର୍ଷର ରେକର୍ଡ ଭଙ୍ଗ କରିଛି । ମାଲ୍ୟବନ୍ତ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାରେ ୫ଦିନରେ ୩କୋଟି ୭୫ଲକ୍ଷ ୮୦ହାଜର ୮୨୯ଟଙ୍କାରୁ ଊର୍ଦ୍ଧ୍ବ ବ୍ୟବସାୟ ହୋଇଥିବାର ଜଣାପଡିଛି । ମାଲ୍ୟବନ୍ତ ମହୋତ୍ସବ ପଲ୍ଲୀଶ୍ରୀ ମେଳାରେ ୧୩ ତାରିଖ ପ୍ରଥମଦିବସରେ ୩୪ଲକ୍ଷ୫୦ ହଜାର ୧୮୦ ଟଙ୍କା, ୧୪ତାରିଖରେ ୪୯ଲକ୍ଷ ୯୮ହଜାର ୪୪୦ ଟଙ୍କା, ୧୫ ତାରିଖରେ ୯୩ଲକ୍ଷ ୧୭ହଜାର ୭୦୦ ଟଙ୍କା, ୧୬ ତାରିଖରେ ୮୬ଲକ୍ଷ ୯୨ହଜାର ୧୮୨ ଟଙ୍କା,୧୭ ତାରିଖ ଶେଷ ଦିନରେ ସର୍ବାଧିକ ୧କୋଟି ୧୧ଲକ୍ଷ ୨୨ହଜାର ୩୨୭ଟଙ୍କା ବେପାର ହୋଇଛି ବୋଲି ଓରମାସର ଉପ କାର୍ଯ୍ୟ ନିର୍ବାହି ଅଧିକାରୀ ଗୁଣ୍ଡିଚା ବେହେରା ସୂଚନା ଦେଇଛନ୍ତି।
ପ୍ରଥମ ଥର ଖଇରପୁଟ ବ୍ଲକର ମୁଦୁଲିପଡା ବଣ୍ଡାଘାଟିର ଆଦିମ ବଣ୍ଡାଜନଜାତିର ମହିଳା ମାନେ ମାଲ୍ୟବନ୍ତ ମହୋତ୍ସବ ପଲିଶ୍ରୀ ମେଳାରେ ସେମାନଙ୍କ ପାରମ୍ପାରିକ ଅଳଙ୍କାର,ବସ୍ତ୍ର,ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରଦର୍ଶନ କରିବା ସହିତ ବିକ୍ରି କରିଥିଲେ । ଉଦଘାଟନୀ ଉତ୍ସବ ଅବସରରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଣ୍ଡା ଷ୍ଟଲବୁଲି ସେମାନଙ୍କ ପାରମ୍ପରିକ ସାମଗ୍ରୀ ଦେଖି ଖୁସିପ୍ରକଟ କରିଥିଲେ। ମଙ୍ଗଳବାର ବିଳମ୍ବିତ ରାତ୍ରରେ ପଲିଶ୍ରୀ ମେଳା ଉଦଯାପନି ଉତ୍ସବରେ ମାଲକାନଗିରି ବିଧାୟକ ନରସିଂହ ମାଡକାମି, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ,ସଂସଦ ପ୍ରତିନିଧି ସଂଜୟ ସରକାର ଅତିଥିଭାବେ ଯୋଗଦେଇ ବଣ୍ଡା ମହିଳାଙ୍କୁ ପୁରସ୍କୃତ କରିଥିଲେ। ଏଥି ସହିତ ବରଗଡ ସମ୍ବଲପୁରୀ ବସ୍ତ୍ର ପାଇଁ ମା ଲକ୍ଷ୍ମୀ ଏସଏଚଜି ମହିଳା, ସ୍ୱଚ୍ଛଭାରତ, ଉତ୍ତମ ପରିଚାଳନା, ଉତ୍ତମ ସେବା, ସୁରକ୍ଷା ଯୋଗାଇବା ସଂସ୍ଥା ଓ ଅନ୍ୟ ମାନଙ୍କୁ ପୁରସ୍କୃତ କରିବା ସହିତ ମାନପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ,ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ଉପଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ, ଜିଲ୍ଲାପରିଷଦ ଉନ୍ନୟନ ଓ ମୁଖ୍ୟନିର୍ବାହି ଅଧିକାରୀ ନରେଶ ଚନ୍ଦ୍ର ସବର, ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତ୍ରାସ ନାରାୟଣ ପଣ୍ଡା ଉପସ୍ଥିତ ଥିଲେ । ଜିଲ୍ଲା ସୂଚନା ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସୁଚନା ଥଉକି ମଙ୍ଗଳବାର ଶେଷ ରଜନୀରେ ଜିଲ୍ଳା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ମାଲ୍ୟବନ୍ତ ମହୋତ୍ସବ – ୨୦୨୪ ର “ବେଷ୍ଟ ପ୍ଲେ ବେକ ହିରୋ” ଆୱାର୍ଡ଼ ସୁଶ୍ରୀ ପ୍ରମିଳା ମାଝୀ ଜିଲ୍ଳା ସୁଚନା ଏବଂ ଲୋକ ସମ୍ପର୍କ ଅଧିକାରୀଙ୍କୁ ମଞ୍ଚ ସମ୍ମୁଖରେ ଉପସ୍ଥିତ ଥିବା ଦୁଇ ଅତିଥି ବିଧାୟକ ନରସିଂହ ମାଡକାମି ମାଲକାନଗିରି ଏବଂ ବିଧାୟକ ମଙ୍ଗୁ ଖିଲଙ୍କ ଚିତ୍ରକୋଣ୍ଡା ଙ୍କ ଦ୍ଵାରା ଟ୍ରଫି ସହ ମାନପତ୍ର ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା ।