ମାଲ୍ୟାଙ୍କ ୧ଠଠ କୋଟିର ଶେୟାର ବିକ୍ରିକୁ ମଞ୍ଜୁରୀ 

ମୁମ୍ବାଇ, (ଏଜେନ୍ସି): ପ୍ରିଭେନ୍ସନ୍ ଅଫ୍ ମନି ଲଣ୍ଡ୍ରିଂ ଆକ୍ଟ (ପିଏମ୍ଏଲ୍ଏ)କୋର୍ଟ ବିଜୟ ମାଲ୍ୟାଙ୍କୁ ଶକ୍ତ ଝଟ୍କା ଦେଇଛନ୍ତି । କୋର୍ଟ ମାଲ୍ୟାଙ୍କ୍ ୧୦୦୦କୋଟି ଟଙ୍କାର ଶେୟାର ବିକ୍ରିକୁ ମଞ୍ଜୁରୀ ଦେଇଛନ୍ତି । ୟୁନାଇଟେଡ଼୍ ବ୍ରେଭରେଜ୍ (ୟୁବିଏଲ୍)ରେ ମାଲ୍ୟାଙ୍କ ଶେୟାର ରହିଛି । ଯାହାକି କୋର୍ଟ ଦ୍ୱାରା ନିଯୁୂକ୍ତ ଲିକ୍ୱିଡେଟର୍ ଦ୍ୱାରା ବିକ୍ରି କରାଯିବାର ଥିଲା । ୟୁନାଇଟେଡ଼୍ ବ୍ରେଭରେଜ୍ ହୋଲ୍ଡିଂସ୍ ଶେୟାର ବିକ୍ରି ଉପରେ ଅଙ୍କୁଶ ଲଗାଇବା ପାଇଁ ଯାଚିକା ଦାଏର କରିଥିଲେ । ବିଶେଷ ଜଜ୍ ଏମ୍ ଏସ୍ ଆଜମୀ ମାଲ୍ୟାଙ୍କୁ ଆଶ୍ୱସ୍ତି ପ୍ରଦାନ କରିବାକୁ ମନା କରିଦେଇଛନ୍ତି । ସେ କହିଛନ୍ତି ଯେ କୋର୍ଟ ନିକଟରେ ଏପରି କୌଣସି ପ୍ରସ୍ତାବିତ ବିକ୍ରିକୁ ଅଟକାଇବାର ଅଧିକାର ନାହିଁ । ମାଲ୍ୟା ୨୦୧୬ମାର୍ଚ୍ଚରେ ଦେଶରୁ ପଳାୟନ କରିଥିଲେ । ବିଏସ୍ଇରେ ୟୁବିଏଲ୍ର ଶେୟାର ପାଖାପାଖି ୩% ବୃଦ୍ଧି ସହିତ ୧୩୭୮ଟଙ୍କାରେ ଟ୍ରେଡ଼୍ କରୁଛି । ୟୁନାଇଟେଡ଼୍ ବ୍ରେଭରେଜ୍ର ଶେୟାର ବିଏସ୍ଇରେ ୨% ବୃଦ୍ଧି ସହିତ ୧,୩୪୭.୯୦ଟଙ୍କାରେ ବନ୍ଦ ହୋଇଛି । ଏହି ମୂଲ୍ୟରେ ୭୪,୦୪,୯୩୨ ଶେୟାରର ମୂଲ୍ୟ ୯୯୯କୋଟି ଟଙ୍କା ହୋଇଥାଏ । ଚଳିତ ମାସରେ ଋଣ ଆଦାୟ ପ୍ରାଧିକରଣ ଶେୟାର କୋର୍ଟ ଦ୍ୱାରା ନିଯୁକ୍ତ ଲିକ୍ୱିଡେଟର୍କୁ ଟ୍ରାନ୍ସଫର୍ କରାଯାଇଥିଲା । ମାଲ୍ୟାଙ୍କ୍ ବିରୋଧରେ ମନି ଲଣ୍ଡ୍ରିଂର ଯାଞ୍ଚ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି)ଶେୟାର ଆଟାଚ୍ କରିଥିଲେ । ମାଲ୍ୟାଙ୍କ ଜବତ ସମ୍ପତ୍ତିଗୁଡ଼ିକର ବିକ୍ରିର ଏହା ପ୍ରଥମ ମାମଲା । ଋଣ ଆଦାୟ ପ୍ରାଧିକରଣର ବେଙ୍ଗାଲୁରୁ ବେଞ୍ଚ ୧୧ମାର୍ଚ୍ଚରେ ମାଲ୍ୟାଙ୍କ୍ ଶେୟାର ବିକ୍ରି କରିବାକୁ ନୋଟିସ୍ ଜାରି କରିଥିଲେ । ମାଲ୍ୟାଙ୍କ କିଙ୍ଗଫିଶର୍ ଏୟାର୍ଲାଇନ୍ସକୁ ଦିଆଯାଇଥିବର ୬,୨୦୩.୩୫ କୋଟି ଟଙ୍କା ଲୋନ୍ ଆଦାୟ ପାଇଁ ଏପରି କରାଯାଉଛି । ଋଣ ଓ ଜରିମାନା ମିଶାଇ ମାଲ୍ୟାଙ୍କ୍ ଉପରେ ବ୍ୟାଙ୍କ୍ର ୯ହଜାର କୋଟି ଟଙ୍କା ବକେୟା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ