ମାଲ୍ ପରିବହନରେ କୌଣସି ବାଧା ନାହିଁ: ପୋଲିସ କମିଶନର

ଭୁବନେଶ୍ୱର: ଲକ୍‌ଡାଉନ ବେଳେ ମାଲ୍ ପରିବହନରେ କୌଣସି ବାଧା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଖୁଚୁରା ବ୍ୟବସାୟୀଙ୍କ ଗାଡ଼ିକୁ ପୋଲିସ ଅନୁମତି ଦେଉନଥିବାର ଖବର ପ୍ରସାରିତ ହେବା ପରେ ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି ପୋଲିସ କମିଶନର। ତେଜରାତୀ ଓ ପରିବା ବ୍ୟବସାୟୀଙ୍କୁ ଏହି ସୂଚନା ଜଣାଇବା ନିମନ୍ତେ ଗଣମାଧ୍ୟମକୁ ଅନୁରୋଧ କରି ଟୁଇଟ୍‌ କରିଛନ୍ତି। ଲକ୍‌ଡାଉନ ବେଳେ ମାଲ୍ ପରିବହନ ପ୍ରସଙ୍ଗରେ କୌଣସି ବାଧା ନାହିଁ ବୋଲି ଟୁଇଟ୍‌ କରିଛନ୍ତି ପୋଲିସ୍‌ କମିଶନର। ପୋଲିସ ଅଧିକାରୀ ଏହି ଗୁଜବର ସତ୍ୟାସତ୍ୟା ପରଖିବାକୁ ବାଙ୍କି, ଆଠଗଡ଼, ଖୁଣ୍ଟୁଣୀ ଯାଇଥିଲେ। ଆମେ ମାଲ୍ ପରିବହନ ସୁଗମ କରିବାକୁ ସମସ୍ତ ବ୍ୟବସ୍ଥା କରୁଛୁ ବୋଲି ପୋଲିସ କମିଶନର କହିଛନ୍ତି। ତେବେ ଏମ୍ପର୍କିତ କୌଣସି ସମସ୍ୟାର ସମ୍ମୁଖୀନ ହେଲେ ବ୍ୟବସାୟୀମାନେ ୧୦୦ ଡାଏଲ୍ କରିପାରିବେ ବୋଲି ପୋଲିସ୍ କମିସନର କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ