ମାଲ ବାହି ଟ୍ରେନ ଲାଇନଚ୍ୟୁତ, ୩ ମୃତ
ଯାଜପୁର, (ଯୁଗାବ୍ଦ ନ୍ୟୁଜ):ଯାଜପୁର କୋରେଇ ରେଳ ଷ୍ଟେସନରେ ଦୁର୍ଘଟଣା । ଲାଇନ ଚ୍ୟୁତ ହୋଇ ଷ୍ଟେସନ ଉପରକୁ ମାଡ଼ିଗଲା ମାଲବାହି ଟ୍ରେନର ବଗି । ଭଦ୍ରକ ପଟୁ କଟକ ଅଭିମୁଖେ ଯିବା ସମୟରେ କୋରେଇ ରେଳ ଷ୍ଟେସନ ନିକଟରେ ଘଟିଛି ଦୁର୍ଘଟଣା । ଏଥିରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏକାଧିକ ବଗି ରେଳ ଲାଇନରୁ ବାହାର ହୋଇଛି। ଯେଉଁଥି ପାଇଁ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।ଖବର ପାଇ ଘଟଣା ସ୍ଥଳରେ ଅଗ୍ନୀଶମ ବାହିନି ପହଞ୍ଚି ତଦନ୍ତ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ବଗି ତଳେ ଚାପି ହୋଇଯାଇଛନ୍ତି ଲୋକ।