ମାଲ ବୋଝେଇ ଗାଡ଼ି ଓଲଟିଲା : ରାସ୍ତା କାର୍ଯ୍ୟ ନିମ୍ନମାନର ଅଭିଯୋଗ 

ନିମାପଡ଼ା, (ସନ୍ତୋଷ ଦାଶ) :-ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ଚାରିଛକ – ଗୋପ ରାସ୍ତାର ତମ୍ପାଳୋ କାଦୁଆ ସେତୁ ନିକଟରେ ଏକ ମାଲ ବୋଝେଇ ଗାଡ଼ି ରାସ୍ତା ର ବାମ ପାଶ୍ଵ କୁ ଓଲଟିପଡ଼ିଛି । ଏହି ନିକଟରେ ଉକ୍ତ ସେତୁ ଓ ସେତୁ ର ସଂଯୋଗ ରାସ୍ତା ନିର୍ମାଣ କରାଯାଇଥିବା ବେଳେ ନିମ୍ନ ମାନର କାର୍ଯ୍ୟ ହୋଇଥିବା ଯୋଗୁ ରାସ୍ତା ଧସି ଯିବାରୁ ମାଲ୍ ବୋଝେଇ ଟ୍ରକ ଟି ଓଲଟି ପଡ଼ିଥିବା କେତେକ ଦେଖଣାହାରି କହିଛନ୍ତି । ଓଲଟି ପଡ଼ିଥିବା ମାଲ୍ ବୋଝେଇ ଗାଡ଼ି ନମ୍ବର୍ ଓ ଡି ୧୮ ଇ ୨୧୪୩ ବୋଲି ଜଣା ପଡିଛି । ଉକ୍ତ ରାସ୍ତା କାର୍ଯ୍ୟ ନିମ୍ନମାନର ଅଭିଯୋଗ ହେଉଥିବାରୁ କାର୍ଯ୍ୟ ର ତଦନ୍ତ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ