ମାଳତୀରା ଦୁର୍ଗାପୂଜା ମଣ୍ଡପ ଉଦ୍‌ଘାଟିତ

ବନ୍ତ, (ଯୁଗାବ୍ଦ ନ୍ୟୁଜ୍‌) :: ବନ୍ତ ବ୍ଲକ ପଧାନପଡା ପଞ୍ଚାୟତ ମାଳତୀରା ଠାରେ ନବନିର୍ମିତ ସାର୍ବଜନୀନ ଦୁର୍ଗାପୂଜା ମଣ୍ଡପ ଉଦ୍‌ଘାଟିତ ହୋଇଯାଇଛି । ଭଦ୍ରକ ସାଂସଦ ଓ ବିଧାୟକ ଅତିଥି ଭାବେ ଯୋଗ ଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଆୟୋଜିତ ସଭାରେ ଦୁର୍ଗାପୂଜା କମିଟିର ସମ୍ପାଦକ ସୁଧାଂଶୁ ଶେଖର ମହାନ୍ତି ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ସାଂସଦ ମଞ୍ଜୁଲତା ମଣ୍ଡଳ, ମୁଖ୍ୟ ବକ୍ତା ଭାବେ ବିଧାୟକ ପ୍ରଫୁଲ୍ଲ ସାମଲ, ସମ୍ମାନୀତ ଅତିଥି ଭାବେ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ରଥ ଦାସ, ଜିଲା ପରିଷଦ ସଭ୍ୟା ରେବତୀ ନାୟକ, ଜିଲା ବିଜେଡି ସାଧାରଣ ସମ୍ପାଦିକା ସୁଜାତା ଜେନା ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ କମିଟିର ଉପଦେଷ୍ଟା ରଘୁନାଥ ରଣା, ସଭାପତି ନାରାୟଣ ଚନ୍ଦ୍ର ସାହୁ, ଉପସଭାପତି ନରହରି ଜେନା, ସହସମ୍ପାଦକ ରମାକାନ୍ତ ଜେନା, କୋଷାଧ୍ୟକ୍ଷ ଅକ୍ଷୟ ଅନନ୍ତ କର, ପୂର୍ବତନ ସମ୍ପାଦକ ପ୍ରଫୁଲ୍ଲ ସାହୁ, ୱାର୍ଡ ସଭ୍ୟ ନିରାକର ସାହୁ ସହଯୋଗ କରିଥିଲେ । ଏଥିରେ ଗ୍ରାମବାସୀଙ୍କ ସମେତ ବହୁ ଏସ୍‌.ଏଚ୍‌.ଜି ମହିଳା ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ