ମାଳଦା ଛକରୁ ୪ କେଜି ଗଞ୍ଜେଇ ଜବତ : ଚୋରା ବ୍ୟବସାୟୀ ଗିରଫ

ନିମାପଡା, ( ସନ୍ତୋଷ ଦାଶ) :-ପୁରୀ ଜିଲ୍ଲା ନିମାପଡା ଅବକାରୀ ବିଭାଗର ଏସ.ଆଇ ମମତା ଦାଶଙ୍କ ନେତୃତ୍ୱରେ ଏକ ମୋବାଇଲ୍ ଟିମ୍ ପୁରୀ ଜିଲ୍ଲା ଅସ୍ତରଙ୍ଗ କଲେଜ ନିକଟବର୍ତ୍ତୀ ମାଳଦା ଛକ ଉପରେ ଆଜି ଚଢାଉ କରି ଜଣଙ୍କ ଦୋକାନରୁ ୪ କି.ଗ୍ରା ଗଞ୍ଜେଇ ଜବତ କରିଛନ୍ତି | ତାଙ୍କ ନାମ ନରେଶ ମୁରୁଡି (୫୭)। ଅସ୍ତରଙ୍ଗ ର ମାଳଦା ଛକରେ ନରେଶ ମୁରୁଡି ନିଜର ଏକ ତେଜରାତି ଦୋକାନ କରିଛନ୍ତି | ଏହି ଦୋକାନ ରେ ବେଆଇନ ଭାବେ ଚୋରା ରେ ଗଞ୍ଜେଇ ବିକ୍ରୀ ହେଉଥିବା ଅଭିଯୋଗ ପାଇ ଆଜି ପ୍ରାୟ ୧୧ଟା ବେଳେ ଏହି ଦୋକାନ ଉପରେ ଅବକାରୀ ବିଭାଗ ହଠାତ୍ ଚଢାଉ କରି ଗଞ୍ଜେଇ ମିଳିଥିଲା | ଜବତ ଗଞ୍ଜେଇ ଓ ଦୋକାନୀ ନରେଶକୁ କାବୁ କରି ଅବକାରୀ ବିଭାଗ ନିଜ ହେପାଜତକୁ ନେବା ବେଳେ ଖବର ପାଇ କେତେକ ରାଜନୈତିକ ବ୍ୟକ୍ତିବିଶେଷ ପହଞ୍ଚି ଘଟଣାକୁ ଚାପି ଦେବାକୁ ଉଦ୍ୟମ କରିଥିଲେ | ଏହି ସମୟରେ କେତେକ ଗଣମାଧ୍ୟମ ପ୍ରତିନିଧି ଘେରିବାରୁ ସବୁକିଛି ଉଦ୍ୟମ ପଣ୍ଡ ହୋଇଥିଲା |ଫଳରେ ଅବକାରୀ ଟିମ୍ ଜବତ ଗଞ୍ଜେଇ ଓ ଅଭିଯୁକ୍ତଙ୍କୁ ଧରି ନିମାପଡା ସ୍ଥିତ କାର୍ଯ୍ୟାଳୟକୁ ନେଇଥିଲା | ଜବତ ଗଞ୍ଜେଇର ପରିମାଣ ୪ କି.ଗ୍ରା ଯାହାର ଆନୁମାନିକ ମୂଲ୍ୟକୋଡିଏ ହଜାର ରୁ ଉର୍ଦ୍ଧ ହେବ | ଏ ନେଇ ପିଆର କେସ୍ ନଂ ୧ ୯/୨୨-୨୩ ବିଭାଗ ପକ୍ଷରୁ ଏକ ମାମଲା ରୁଜ୍ଜୁ ହୋଇଥିବା ଅବକାରୀ ବିଭାଗର ଏସ ଆଇ ମମତା ଦାଶ ସୂଚନା ଦେଇଛନ୍ତି | ଆଜିରଚଢାଉ ରେ ମମତା ଦାସ ଙ୍କ ସମେତ ଜିତେନ୍ଦ୍ର ବେହେରା,ଏସ. କେ ୱାରିସ୍, ସିଦ୍ଧେଶ୍ୱର ମଲ୍ଲିକ, ଆଶିଷ ପ୍ରଧାନ ଓ ସଞ୍ଜୀବ୍ ହସ୍ତୀ ସାମିଲ୍ ହୋଇଥିବାର ସୂଚନା ମିଳିଛି | ପ୍ରକାଶ ଥାଉକି ଅସ୍ତରଙ୍ଗ ଅଞ୍ଚଳରେ ଦେଶୀ ବିଦେଶୀ ନକଲି ମଦ, ବ୍ରାଉନ ସୁଗାର ଓ ଗଞ୍ଜେଇ ପ୍ରତ୍ୟେକ ଗଳିକନ୍ଦି ବିକ୍ରି ହେବା ସମସ୍ତଙ୍କୁ ଅସ୍ତବ୍ୟସ୍ତ କରିଛି |ତାହା ସହ ଅସ୍ତରଙ୍ଗ ବ୍ଲକ ଆଳସାହି ଛକ, ନଗର, ପଶ୍ଚିମେଶ୍ୱର ମନ୍ଦିର ନିକଟରେ ବିପୁଳ ପରିମାଣ ର ଚୋରା ଗଂଜେଇ ଓ ମଦ ବ୍ୟବସାୟ ହେଉଛି ବୋଲି ସାଧାରଣ ରେ ଅଭିଯୋଗ ହେଉଛି। ଏକ ଶିକ୍ଷାନୁଷ୍ଠାନ ଅତି ନିକଟରେ ଏତେ ପରିମାଣର ଗଞ୍ଜେଇ ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ