ମାଳଦା ଠାରେ ଧାନମଣ୍ଡି ଉଦଘାଟିତ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ମାଳଦା ସମବାୟ ସମିତି ଠାରେ ଚଳିତ ବର୍ଷ ଖରିଫ ଧାନ କ୍ରୟ ପାଇଁ ମଣ୍ଡି ଉଦଘାଟିତ ହୋଇଯାଇଛି । ପାରମ୍ପରିକ ଭାବେ ପୂଜାପଦ୍ଧତି ସହିତ ବାଲେଶ୍ୱର-ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଶାଖା ପରିଚାଳକ ମାନସ ରଞ୍ଜନ ମହାପାତ୍ର ମଣ୍ଡି ଉଦଘାଟନ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଚାଷୀ କମିଟି ସଦସ୍ୟ ଅରବିନ୍ଦ ନାୟକ, ବ୍ରଜକିଶୋର ମଲ୍ଲିକ, ବ୍ରଜେନ୍ଦ୍ର ନାୟକ, ପ୍ରତ୍ୟୁଷ ସାମଲ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ନାରାୟଣ ଚନ୍ଦ୍ର ପଣ୍ଡା, ରାଜସ୍ୱନିରୀକ୍ଷକ ଦିବ୍ୟରଞ୍ଜନ ଧଳ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମ ଦିନରେ ୫ଜଣ ଚାଷୀଙ୍କ ଠାରୁ ୨୬୬କୁଇଣ୍ଟାଲ ଧାନ ସଂଗ୍ରହ ହୋଇଥିବା ଜଣାଯାଇଛି । ଉଦଘାଟନୀ ଧାନକ୍ରୟ କାର୍ଯ୍ୟକ୍ରମକୁ ସମିତିର ନିର୍ମଳ ଦାସ, କିଶୋର ଚନ୍ଦ୍ର ଦାସ, ଧନେଶ୍ୱର ବେହେରା, ଧିରେନ୍ଦ୍ର କୁମାର ଧଳ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ