ମାଳଦା ଠାରେ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଆରମ୍ଭ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଜଗନ୍ନାଥ ବଜାର ବଣିକ ସଂଘ ପକ୍ଷରୁ ଚଳିତ ବର୍ଷ ବାର୍ଷିକ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଛି। ରାତିକୁ ଚନ୍ଦ୍ରଗ୍ରହଣ ରହିଥିବାରୁ ନୀତି ନିର୍ଘଣ୍ଟ ଅନୁସାରେ ସଂଧ୍ୟା୫ଟା ବେଳେ ପୂଜା ପାଇଁ ଘଟ ସ୍ଥାପନା ହୋଇଛି। ନିକଟ ସରତା ନଦୀରେ ସଂକଳ୍ପ କର୍ତ୍ତା ଅନୀଲ ଶତପଥୀ ଘଟ ଉତ୍ତୋଳନ କରିବା ପରେ ପୂଜକଙ୍କ ଦ୍ୱାରା ମା’ଙ୍କ ଆବାହନ ପୂଜା ଅନୁଷ୍ଠିତ ହୋଇଛି। ଗଜ ଲକ୍ଷ୍ମୀଙ୍କ ବାର୍ଷିକ ପୂଜା ସହିତ ରବିବାର ଠାରୁ ପ୍ରଥମ ଥର ପାଇଁ ମାଳଦା ଠାରେ ଭଣ୍ଡାରିପୋଖରୀ ମହୋତ୍ସବ ଆରମ୍ଭ ହେଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇଥିବା ବେଳେ ଉତ୍ସବ ଉଦ୍ଘାଟନ ପାଇଁ ବ୍ୟବସାୟୀ ସଂଘ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଆସନ୍ତା ୪ତାରିଖ ଯାଏଁ ପ୍ରତ୍ୟେକ ସନ୍ଧ୍ୟାରେ ସାଧାରଣ ସଭା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ ସୁଚିପତ୍ର ପ୍ରକାଶ ପାଇଥିବା ବେଳେ ୫ତାରିଖ ଦିନ ଭଷାଣ ସହିତ ଉତ୍ସବ ଶେଷ ହେବ ବୋଲି ଜଣାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ