ମାଳି ଜଗନ୍ନାଥପୁର ଗ୍ରାମରେ ଗଂଜାମ ପୋଲିସ ତରଫରୁ ସଚେତନତା

ଗଂଜାମ,(ଯୁଗାବ୍ଦ ନ୍ୟୁଜ୍‌): ଗଂଜାମ ବ୍ଲକ ଅନ୍ତର୍ଗତ କାଇଞ୍ଚପୁର ଅନ୍ତର୍ଗତ କାଇଞ୍ଚପୁର ପଞ୍ଚାୟତ ର ମାଳିଜଗନ୍ନାଥ ପୁର ଗ୍ରାମ ବାତ୍ୟା ଆଶ୍ରୟ ସ୍ଥଳୀ ରେ ଗଂଜାମ ଥାନା ତରଫରୁ ଆମ ପୋଲିସ ବୈଠକ ଓ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ଜି.ସନ୍ତୋଷ କୁମାର ରେଡି ଉଦଘାଟନ କରିଥିଲେ । ଗଂଜାମ ଆଇ.ଆଇ.ସି -ଦିଲ୍ଲୀପ କୁମାର ସାହୁ ଯୋଗଦେଇ ନାରୀ ସୁରକ୍ଷା, କନ୍ୟା ଭ୍ରଣ ହତ୍ୟା ରୋକିବା, ଟ୍ରାଫିକ ନିୟମ ପାଳନ, ମଦ୍ୟ ପାନ କରି ଗାଡି ନ ଚଳାଇବା, ହେଲମେଟ ପିନ୍ଧିବା , ଦୁର୍ଘଟଣା ଗ୍ରସ୍ତ ଲୋଙ୍କ ଙ୍କୁ ସାହାଯ୍ୟ କରିବା, ଅଜଣା ଓ ଅଚିହ୍ନା ଲୋକ ଙ୍କୁ ଦେଖିଲେ, କିମ୍ବା ସନ୍ଧେହ ହେଲେ ପୋଲିସ କୁ ଖବର ଦେବା, ଅନ୍ଧ ବିଶ୍ୱାସ , ଗୁଣିଗାରେଡି କୁ ଠାରୁ ଦୂରେଇ ରହିବା , ନେଇ ଉପସ୍ଥିତ ଲୋକଙ୍କୁ ସଚେତନତା କରାଇଥିଲେ ।ଏହାକୁ ଏ. ଏସ୍.ଆଇ ତ୍ରିନାଥ ପଟ୍ଟନାୟକ , ଗ୍ରାମ୍ୟକମିଟ ର ବନମାଳି ପ୍ରମୁଖ ଙ୍କ ସମେତ ଶତାଧିକ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ