ମାଳ ତେନ୍ତୁଳିଆ ଗ୍ରାମରେ ବିଜେଡ଼ିର ମିଶ୍ରଣ ପର୍ବ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ମାଳ ତେନ୍ତୁଳିଆ ଗ୍ରାମରେ ନଭେମ୍ବର ୦୭ ତାରିଖ ଦିନ ବିଜେଡ଼ି ର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ମାଳ ତେନ୍ତୁଳିଆ ଗ୍ରାମର ପ୍ରାୟ ୫୦ ବିଜେପି ପରିବାର ପାର୍ଟି ତ୍ୟାଗ କରି ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ଯୋଗଦେଇଛନ୍ତି। ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ୱ, ନିର୍ମଳ ଶାସନ ଓ ଲୋକାଭିମୁଖୀ ଯୋଜନା ଏବଂ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଜନସାଧାରଣଙ୍କ ସହ ସୁସମ୍ପର୍କ ଓ ଅଞ୍ଚଳର ବିକାଶ ପାଇଁ ପଦକ୍ଷେପ ରେ ଆକୃଷ୍ଟ ହୋଇ ଟୁକୁନା ସାହୁ ଓ ଶୁଭଲାଭ ପ୍ରଧାନଙ୍କ ନେତୃତ୍ୱରେ କାଶୀନାଥ ସାହୁ, ତୋଫାନ ପ୍ରଧାନ, ରାଜେନ୍ଦ୍ର ପ୍ରଧାନ, ଦେବରାଜ ସାହୁ, ରଞ୍ଜୁ ସାହୁ, ନନ୍ଦିନୀ ପ୍ରଧାନ, ବିବେକାନନ୍ଦ ପ୍ରଧାନ, ପିଣ୍ଟୁ ସାହୁ, ପ୍ରଶାନ୍ତ କୁମାର ପ୍ରଧାନ, ବାପୁଜି ରଣା, ଅଭିମନ୍ୟୁ ସ୍ବାଇଁ, ଗୌରହରି ନାହାକ, ଦଣ୍ଡପାଣି ପାଣିଗ୍ରାହୀ ପ୍ରମୁଖ ପ୍ରାୟ ୫୦ ପରିବାରର ମୁଖ୍ୟ ବିଜେପି ତ୍ୟାଗକରି ବିଜୁ ଜନତା ଦଳରେ ଯୋଗଦେଇଥିବା ପ୍ରକାଶ କରିଥିଲେ। ବିଧାୟକ ଶ୍ରୀ ସାହୁ ସମସ୍ତଙ୍କୁ ପୁଷ୍ପମାଲ୍ୟ ଓ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରିବା ସହ ବିଜେଡିର ସାମିଲ କରିଥିବା ଘୋଷଣା କରିଥିଲେ। ଏହି ମିଶ୍ରଣ କାର୍ଯ୍ୟକ୍ରମରେ ପୋଲସରା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ପ୍ରଧାନ, ସମ୍ପାଦକ ଅଶୋକ କୁମାର ବିଷୋୟୀ, ପୋଲସରା ପଞ୍ଚାୟତ ସମିତି ଅଧ୍ୟକ୍ଷ ବଳରାମ ସେଠୀ ଓ ଉପାଧ୍ୟକ୍ଷା ସଂଯୁକ୍ତା ବାଡତ୍ୟାଙ୍କ ସମେତ ବହୁ ବିଜେଡି ନେତା, କର୍ମୀ ଓ ଲୋକ ପ୍ରତିନିଧି ବୃନ୍ଦ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ