ମାଶିରିପଡ଼ାରେ ଚାଇଲଡ ଲାଇନ ସେ ଦୋସ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ 

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ରତଙ୍ଗ ପଂଚାୟତ ଅନ୍ତର୍ଗତ ମାଶିରିପଡ଼ାଠାରେ  କୋଭିଡ଼୍‍ ନିୟମ ପ୍ରକାରେ ଚାଇଲ୍ଡ ଲାଇନ ସେ ଦୋସ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କୋଭିଡ଼୍‍ ନିୟମ ପ୍ରକାରେ ଶିଶୁମାନଙ୍କ ମଧ୍ୟରେ ବାଲ୍ୟ ବିବାହ, ଶିଶୁ ଶ୍ରମିକ, ଶିଶୁ ନିର୍ଯ୍ୟାତନା ସହିତ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ବିଭିନ୍ନ ଖେଳ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଚାଇଲ୍ଡଲାଇନର ନିର୍ଦ୍ଦେଶକ ରବିନ୍ଦ୍ର କୁମାର ପଣ୍ଡା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥିଭାବେ ଫିରିଙ୍ଗିଆ ସିଡ଼ିପିଓ ତଥା ବାଲ୍ୟ ବିବାହ ନିଷେଧ ଅଧିକାରିଣୀ ମଂଜୁଲା ପ୍ରଧାନ, ସମ୍ମାନିତ ଅତିଥିଭାବେ ରତଂଗ ସରପଂଚ କୁଞ୍ଜବନ ମଲିକ, ସମାଜ ମଙ୍ଗଳ ଅଧିକାରୀଙ୍କ ପ୍ରତିନିଧି ସ୍ୱାତୀତନୟା ମିଶ୍ର, ସୁପରଭାଇଜର ବୈଜୟନ୍ତି ମଲିକ, ମହିଳା ସ୍ୱାସ୍ଥ୍ୟ କର୍ମୀ ଝିଲି ନାୟକ, ଫିରିଙ୍ଗିଆ ଥାନା ଏସ୍‍ଆଇ ଉଦ୍ଦେଶ୍ୱର ଆଚାର୍ଯ୍ୟ, ଗ୍ରାମ ମୁଖିଆ କନେଶ୍ୱର ମଲିକ, ୱାର୍ଡ଼ ସଭ୍ୟ କେରେ କହଁର, ଅଙ୍ଗନୱାଡ଼ି କର୍ମୀ ବସୁମତି ମଲିକଙ୍କ ସମେତ ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠି ଓ କିଶୋରୀ ବାଳିକା ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ। ଟିମ୍‍ ସଭ୍ୟ ଶିବ ଶଙ୍କର ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଚିକୁନ୍‍ କୁମାର ପ୍ରଧାନ ସ୍ୱାଗତ ଭାଷଣ ଓ ଚାଲଲ୍ଡ ଲାଇନର କେନ୍ଦ୍ର ସଂଯୋଜିକା ରଂଜିତା କମ୍ପ କାର୍ଯ୍ୟକ୍ରମର ଲକ୍ଷ ଓ ଉଦ୍ଦେଶ୍ୟ ସଂପକ୍ରରେ ଅବଗତ କରାଇଥିଲେ। ଏହି ଅବସରରେ ଗ୍ରାମର ଶିଶୁମାନେ ଅତିଥିମାନଙ୍କୁ ସୁରକ୍ଷାର ଡ଼ୋରି ବାନ୍ଧିଥିଲେ। ତେବେ ଗତ ଏକ ବର୍ଷ ମଧ୍ୟରେ କୁଆଡ଼େ ଉକ୍ତ ଗ୍ରାମରେ ଗୋଟିଏ ମଧ୍ୟ ବାଲ୍ୟ ବିବାହ ହୋଇନଥିବା ଯୋଗୁଁ ଉକ୍ତ ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବେ ଘୋଷଣା କରାଯାଇଥିଲା। ଗ୍ରାମର ଇଷ୍ଟଦେବୀ ମା ପିତାବଳୀଙ୍କୁ ସାକ୍ଷିରଖି ସମବେତ ଭାବେ ଶପଥପାଠ କରାଯାଇଥିଲା। ଅନୁଷ୍ଠିତ ପ୍ରତିଯୋଗିତାତକୁ ଟିମ୍‍ ସଭ୍ୟା ରାଜଲକ୍ଷ୍ମୀ ମହାକୁଡ଼ ଓ ସଭ୍ୟ ଅନୁପ କୁମାର ସାହୁ ପରିଚାଳନା କରିଥିବା ବେଳେ ଦିଲ୍ଲିପ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ