ମାଷ୍ଟର ସୈଫ୍ ସିଜନ୬’ରେ ବ୍ରହ୍ମପୁରର ପୁଅ ଅବିନାଶ
ଷ୍ଟାରପ୍ଲସରେ ଆଧାରିତ ରିଆଲିଟି ଶୋ’ ମାଷ୍ଟର ସୈଫ୍ ସିଜନ୬’ରେ ଓଡିଆ ପୁଅ ଅବିନାଶ ନାୟକ । ଓଡିଆ ଖାଦ୍ୟକୁ ନିଆରା ଢଙ୍ଗରେ ସଜାଇ ଆଗକୁ ବଢିଛନ୍ତି ବ୍ରହ୍ମପୁରର ଅବିନାଶ । ଅବିନାଶଙ୍କ ଏହି ସଫଳତା ପାଇଁ ତାଙ୍କୁ ସାରା ଓଡିଶାରୁ ଶୁଭେଚ୍ଛା ଓ ଶୁଭକାମନାର ସୁଅ ଛୁଟୁଛି । ପିଲାଟି ଦିନୁ ରୋଷେଇ ପ୍ରତି ରୁଚି ରଖିଥିବା ଅବିନାଶ ଆଜି ମାଷ୍ଟରସେଫ ଭଳି ଏକ ପ୍ଲାଟଫର୍ମରେ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ମନୋନୀତ ହୋଇଥିବାରୁ ବେଶ୍ ଖୁସିଥିବା କହିଛନ୍ତି ।