ମା’ସାମୁଲେଇ ମନ୍ଦିର ପରିସରରେ ବୃକ୍ଷରୋପଣ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ପୁରୁଷଣ୍ଢ ପଞ୍ଚାୟତ ନିର୍ମଳପୁରସ୍ଥିତ ମା’ସାମୁଳାଇ ମନ୍ଦିର ପାଶ୍ୱର୍ରେ ଥିବା ୨ ଏକର ପରିଧି ବିଶିଷ୍ଟ ପଡିଆରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିନ୍ଧୁକେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ରବିନ୍ଦ୍ର କୁମାର ଯେନାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ମଞ୍ଚର ସଂପାଦକ କୈଳାସ ଚନ୍ଦ୍ର ଧଳ, ଶିକ୍ଷାବିତ୍ ନନ୍ଦ କିଶୋର ଜେନା, ପ୍ରଫୁଲ୍ଲ ଚନ୍ଦ୍ର ଜେନା, ନିତ୍ୟାନନ୍ଦ ଆଇଚ, ସି.ଏଫ.ଡବ୍ଲ୍ୟୁ.ଏସ୍‌.ଡି ସ୍ୱେଚ୍ଛାସେବୀ ସଂସ୍ଥାର ସଂପାଦକ ଗୋପିନାଥ ଦାଶ ଯୋଗ ଦେଇ ବଉଳ, ଦେବଦାରୁ, ନିମ୍ବ ଆଦି ବୃକ୍ଷରୋପଣ କରିଥିଲେ । କାର୍ଯ୍ୟକ୍ରମରେ ସାମୁଲାଇ ଯୁବକ ସଂଘର ସଭ୍ୟ ଚିନ୍ମୟ, ସ୍ମୃତି ରଞ୍ଜନ, ସୁଜିତ୍‌, ମନୋଜ, ଲିଟୁ, ପାପାଲି, ହରେକୃଷ୍ଣ, ଭଗବାନ, ବିଜୟ, ମଣ୍ଟି, ବାବୁ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ